Home Top News ପାଖାପାଖି ୨୪ ପ୍ରଶାସନିକ ଅଧିକାରୀ ବିଜେଡ଼ି ଟିକଟରୁ ଲଢ଼ିବେ ନିର୍ବାଚନ!

ପାଖାପାଖି ୨୪ ପ୍ରଶାସନିକ ଅଧିକାରୀ ବିଜେଡ଼ି ଟିକଟରୁ ଲଢ଼ିବେ ନିର୍ବାଚନ!

226

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପାଖାପାଖି ୨୪ ପ୍ରଶାସନିକ ଅଧିକାରୀ ବିଜେଡ଼ି ଟିକଟରୁ ନିର୍ବାଚନ ଲଢ଼ିବେ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଜଣେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଆସନ୍ତା ନିର୍ବାଚନରେ ଗୋଟିଏ ସଂସଦୀୟ କ୍ଷେତ୍ରରୁ ବିଜେଡ଼ି ଟିକେଟରେ ଲଢ଼ିବେ। ତିନି ଜଣ ବରିଷ୍ଠ ଓଡ଼ିଆ ଆଇଏସ ଅଧିକାରୀ ଚାକିରିରୁ ସ୍ବେଛାକୃତ ଅବସର ନେଇ ବିଧାନସଭା ନିର୍ବାଚନ ଲଢ଼ିବେ। କିଛି ରାଜ୍ୟ ପ୍ରଶାସନିକ ଅଧିକାରୀ ଓ କିଛି ପଦୋନ୍ନତି ପାଇ ଆଇଏସ ହୋଇଥିବା ଅଧିକାରୀଙ୍କୁ ବିଜେଡ଼ି ସବୁଜ ସଂକେତ ଦେଇ ସାରିଛି ନିର୍ବାଚନ ଲଢ଼ିବା ପାଇଁ ବୋଲି ଖବର ହସ୍ତଗତ ହୋଇଛି। ଏହି ପ୍ରଶାସନିକ ଅଧିକାରୀମାନଙ୍କର ନିର୍ବାଚନ ମଣ୍ଡଳୀରେ ଗୁପ୍ତ ଭାବରେ ସର୍ଭେ ଚାଲିଛି। ଜୁଲାଇ ମାସ ଶେଷ ସପ୍ତାହରେ ଏମାନଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ତୃତୀୟ ମହଲରେ ପହଁଚି ଯିବ। ତା’ ପରେ ଏହି ପ୍ରଶାସନିକ ଅଧିକାରୀ ମାନେ ସ୍ବେଛାକୃତ ଅବସର ନେଇ ନିର୍ବାଚନ ମଣ୍ଡଳୀରେ କାମ ଆରମ୍ଭ କରିବେ। ଭୋଗରାଇ ନିର୍ବାଚନମଣ୍ଡଳୀରୁ ଅନନ୍ତ ଦାସଙ୍କ ସ୍ଥାନରେ ଜଣେ ବରିଷ୍ଠ ଆଇଏସ ଅଧିକାରୀ ଚାକିରୀ ଛାଡ଼ି ନିର୍ବାଚନ ଲଢ଼ିବେ। ବଲାଙ୍ଗୀରରୁ ଜଣେ ଅବସରପ୍ରାପ୍ତ ଆଇଏସ ଲୋକସଭା ନିର୍ବାଚନ ଲଢ଼ିବେ ବିଜେଡ଼ି ଟିକଟରୁ। ଯେଉଁ ବିଜେଡ଼ି ସାଂସଦ ଓ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟତା ହରାଇ ସାରିଛନ୍ତି ଓ ବିଭିନ୍ନ କେସ୍‌ ରେ ଛନ୍ଦି ହୋଇ ରହିଛନ୍ତି କିମ୍ବା ସେଇ ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ଅଛନ୍ତି ସେହି ସବୁ ସ୍ଥାନରେ ଏହି ପ୍ରଶାସନିକ ଅଧିକାରୀଙ୍କୁ ବିଜେଡ଼ି ଟିକଟ ଦବ ବୋଲି ଏକ ପ୍ରକାର ମାନସ ମନ୍ଥନ ଚାଲିଛି। କଟକ ଲୋକସଭା ଆସନରୁ ଭର୍ତ୍ତୃହରି ମହତାବଙ୍କୁ ଟିକଟ ମିଳିବନି। ସେଠାରୁ ଜଣେ ଅବସରପ୍ରାପ୍ତ ଓଏଏସ ଅଧିକାରୀ ନିର୍ବାଚନ ଲଢ଼ିବେ ବୋଲି ରଣନୀତି ପ୍ରସ୍ତୁତ ହେଉଛି। ଜଗତସିଂପୁର ଜ଼ିଲ୍ଲାର ଜଣେ ପୂର୍ବତନ ଜିଲ୍ଲାପାଳ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ସୂତ୍ର କହୁଛି। ମିଳଥିବା ସୂଚନା ଅନୁସାରେ ମାହାଙ୍ଗା, ଭୁବନେଶ୍ୱର ମଧ୍ୟ, ବ୍ରହ୍ମଗିରି, ରେଢ଼ାଖୋଲ, ପଦ୍ମପୁର, ନିମାପଡ଼ା, ନର୍ଲା, ଯାଜପୁର, ଖଣ୍ଡପଡ଼ା, ଭବାନୀପାଟଣା, ବିଷମକଟକ ସହିତ ଅନେକ ନିର୍ବାଚନ ମଣ୍ଡଳୀରେ ପ୍ରଶାସନିକ ଅଧିକାରୀମାନେ ବିଜେଡ଼ି ଟିକଟରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ଓଡ଼ିଶାରେ ଗଣତନ୍ତ୍ରର ବିଲୋପ ଓ ପ୍ରଶାସନିକ ଗୁରୁତ୍ୱକୁ ପ୍ରାଧ୍ୟାନ ଦେବାକୁ ଏହା ଏକ ଗୁରୁତର ଷଡଯନ୍ତ୍ର ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ସ୍ପଷ୍ଟ ଚିତ୍ର ଆଗାମୀ କିଛି ମାସ ଭିତରେ ପରିଲକ୍ଷିତ ହୋଇଯିବ ଏଥିରେ ଦ୍ୱିମତ ନାହିଁ।.
ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.