Home ଜିଲ୍ଲା ପରିକ୍ରମା ପାକିସ୍ଥାନ – ଭାରତ ଯୁଦ୍ଧ କୁ ନେଇ ଧାମରା ସ୍ଥଳପଥ ଏବଂ ଜଳପଥରେ ସୁରକ୍ଷା ବ୍ୟବସ୍ଥା...

ପାକିସ୍ଥାନ – ଭାରତ ଯୁଦ୍ଧ କୁ ନେଇ ଧାମରା ସ୍ଥଳପଥ ଏବଂ ଜଳପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି, ୨୪ଘଂଟା ସଜାଗ ରହିବା ସହ ପଇଁତରା ଦେବାକୁ ଗୃହ ବିଭାଗର ନିର୍ଦେଶ

21

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପାକିସ୍ଥାନ ଏବଂ ଭାରତ ମଧ୍ୟରେ ଚାଲିଥିବା ଯୁଦ୍ଧ କୁ ନେଇ ସମସ୍ତ ରାଜ୍ୟ ରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ରାଜ୍ୟ ଗୃହ ବିଭାଗର ନିର୍ଦେଶ ପରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଭଦ୍ରକ ଜିଲ୍ଲା ଧାମରା ରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି । ଗୃହ ବିଭାଗ ଅଧିନରେ ଥିବା ପୁଲିସ ପ୍ରଶାସନ କେବଳ ସ୍ଥଳପଥ ନିୁହେଁ ଜଳପଥକୁ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି । ଏହି ଅବସରରେ ଧାମରା ବନ୍ଦର, ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ଏବଂ ଅବଦୁଲ କଲାମ ଘାଟି ଅଂଚଳରେ ୨୪ ଘଂଟିଆ ପେଟ୍ରୋଲିଂ ମଧ୍ୟ କରାଯାଉଛି । ଧାମରା ବନ୍ଦର(ଆଦାନୀ), ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ଅଂଚଳରେ ଧାମରା ପୁଲିସ ୨୪ଘଂଟା ପଇଁତରା ଦେଉଥିବା ବେଳେ ଜଳପଥରେ ଧାମରା ମେରାଇନ ମଧ୍ୟ ନିଜର ସ୍ପିଡ ବୋଟରେ ଏହି ପଇଁତରା ବ୍ୟବସ୍ଥା ଜାରୀ ରଖିଛି । ଏଥିସହ ଗୃହ ବିଭାଗ ନିର୍ଦେଶରେ ଉପକୂଳବର୍ତୀ ଇଲାକା ଏବଂ ଅନ୍ୟ ସମସ୍ତ ଥାନାକୁ ବେତାର ଯୋଗେ ୨୪ଘଂଟା ସଜାଗ ରହିବା ସହ ପଇଁତରା ରେ କୌଣସି ତ୍ରୁଟି ବିଚ୍ୟୁତ ନ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । ଅନ୍ୟ ପକ୍ଷରେ ବଙ୍ଗୋପସାଗରରେ ହଳଦିଆ ଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଭାରତୀୟ ନେଭିର ୨ଟି ଜାହାଜ ତଟବର୍ତୀ ଇଲାକାରେ ପଇଁତରା ଦେଉଛନ୍ତି ବୋଲି ଗଭୀର ସମୁଦ୍ରରେ ମାଛ ମାରୁଥିବା ଧୀବର ମାନଙ୍କ ନିକଟରୁ ପ୍ରକାଶ । ଗଭୀର ସମୁଦ୍ରରେ କୌଣସି ପରିସ୍ଥିତରେ ବାଂଲାଦେଶୀ ଅଥବା ପୂର୍ବବଙ୍ଗଳା ବାସୀଙ୍କୁ ଭାରତ ର ଜଳସୀମା କୁ ପୁରାଇ ନଦେବା ପାଇଁ ଧାମରା ସାମୁଦ୍ରିକ ଥାନାରେ ଷ୍ଟା‘ ଟିକିନିଖି କରି ସମସ୍ତ ମାଛଧରା ବୋଟର କର୍ମଚାରୀ ଏବଂ ମତ୍ସ୍ୟଜିବୀଙ୍କ ଆଧାରକାର୍ଡ ,ଭୋଟର ପରିଚୟପତ୍ର ଏବଂ ମତ୍ସ୍ୟଜିବୀ ମାନଙ୍କୁ ପ୍ରଦାନ କରାଯାଇଥିବା କାର୍ଡକୁ ମଧ୍ୟ ଯାଂଚ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.