Home କେନ୍ଦୁଝର ପାଇପ ବିଛାଇବା ପାଇଁ ଗାତ ଖୋଳି ନପୋତିବାରୁ ଇଞ୍ଚୋଳରେ ଉତ୍ତେଜନା, ଦୁଇ କର୍ମଚାରୀ ଅଟକ

ପାଇପ ବିଛାଇବା ପାଇଁ ଗାତ ଖୋଳି ନପୋତିବାରୁ ଇଞ୍ଚୋଳରେ ଉତ୍ତେଜନା, ଦୁଇ କର୍ମଚାରୀ ଅଟକ

71

ହାଟଡ଼ିହି,୧୯ /୭ ହାଟଡିହି ବ୍ଲକରେ ଏବେ ମେଗା ୱାଟର ପ୍ରୋଜେକ୍ଟ କାମ ପାଇଁ ଠିକାଦାର ରାସ୍ତାଘାଟ ଖୋଳି ପକାଉଥିବାରୁ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗାଁଗହଳି ଠାରୁ ଆରମ୍ଭ କରି ଛକବଜାର ପର୍ଯ୍ୟନ୍ତ ସବୁଠି ରାସ୍ତାଗୁଡିକ ଖୋଳି ଠିକ ଭାବେ ପୋତି ସମତୁଲ କରୁନଥିବାରୁ ଗାଁ ଲୋକମାନେ ସମସ୍ୟାରେସମ୍ମୁଖୀନ ହେଉଛନ୍ତି । ଏପରିକି ଗାଁ ଭିତରେ ମଧ୍ୟ ଲୋକମାନେ ଠିକ ଭାବେ ଯାତାୟତ କରିପାରୁ ନାହାନ୍ତି । ଜରୁରୀକାଳୀନ ସେବା ପାଇଁ ଗାଁ ଭିତରକୁ ଆମ୍ବୁଲାନସ କିମ୍ବା ଦମକଳ ଟିଏ ମଧ୍ୟ ଯାଇପାରୁ ନାହିଁ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଠିକା କମ୍ପାନୀ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉ ନଥିବାରୁ ଆଜି ଇଞ୍ଚୋଳ ଗ୍ରାମର ଲୋକମାନେ ଦୁଇଜଣ ଠିକାସଂସ୍ଥା କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାଯାଇଛି । ଗ୍ରାମବାସୀଙ୍କ କହିବାନୁଯାଇ ୬ମାସ ହେଲା କମ୍ପାନୀ କର୍ତ୍ତୁପକ୍ଷ ରାସ୍ତାଘାଟକୁ ଖୋଳି ପକାଇଥିଲେ ମଧ୍ୟ ଠିକଭାବେ ତାହାକୁ ପୋତୁ ନାହାନ୍ତି । ଯାହାଦ୍ୱାରା ସାମାନ୍ୟ ବର୍ଷାରେ ପିଚୁ ଓ କଂକ୍ରିଟ ରାସ୍ତାଘାଟ ଗୁଡିକ କାଦୁଅରେ ଭରପୁର ହୋଇଯାିଛି । ଏ ବାବଦରେ କହିଲେ କେହି ଶୁଣୁ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.