ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଣରେ ଫୁଟିଥିବା ମଲ୍ଲିଫୁଲର ବାସ୍ନା ଯେତେବେଳେ ଚତୁର୍ଦିଗକୁ ବ୍ୟାପିଯାଏ,ସେତେବେଳେ ତାର ଆଦର ବଢିଯାଏ।ଠିକ ସେହିପରି ଜଣେ ଗୁଣିବ୍ୟକ୍ତିର ଗୁଣ ଆଦର୍ଶ ନିଜ ଅଂଚଳରେ ସୀମିତ ନରହି ଦୂର ଦୁରାନ୍ତକୁ ମଧ୍ୟ ବ୍ୟାପି ଯାଇଥାଏ । ଯେଉଁଥିପାଇଁ ବ୍ୟକ୍ତିପରିଚୟ ସ୍ରୁଷ୍ଟି ହେବାସହ ନିଜ ଅଂଚଳର ଗୌରବ ବୃଦ୍ଧିହୋଇଥାଏ । ଗତ ୧୦/୩ ଠାରୁ ୧୬/୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକର ପୋତାରି ଠାରେ ଏକାଦଶତମ ପାଇକା ମହୋତ୍ସବ-୨୦୨୬ର ଦ୍ୱିତୀୟ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ଅଂଚଳର ବିଶିଷ୍ଟ ପ୍ରତିଭା ତଥା ଲୋକସଂସ୍କୃତି ଗବେଷକ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଗୁରୁ ସୁବାସ ଚନ୍ଦ୍ର ମଲ୍ଲିକଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଅଛି । ଶ୍ରୀ ମଲ୍ଲିକ ଜଣେ ସମ୍ବର୍ଦ୍ଧିତ ପ୍ରତିଭା ସହିତ ବିଶିଷ୍ଟ ବକ୍ତା ଭାବରେ ଯୋଗଦାନ କରି ନିଜର ଉଜ୍ୱସ୍ୱିନୀ ଭାଷଣ ଦ୍ୱାର ଧାମନଗର ମାଟିପାଇଁ ପ୍ରସଂଶା ସାଉଁଟିଛନ୍ତି । ମହୋତ୍ସବ କମିଟିର ସମ୍ପାଦକ ସାମଜସେବୀ ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଉତ୍କଳ ଗ୍ରାମ ସ୍ୱରାଜ୍ୟ ତଥା ଫକୀରମୋହନ ସ୍ମୃତି ସଂସଦର ପ୍ରତିଷ୍ଠାତା ସଭାପତି କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି,ମୁଖ୍ୟ ବକ୍ତା ପଲ୍ଲୀପ୍ରତିଭା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଶିକ୍ଷାବିତ୍ ଚୈତନ୍ୟ ରାଉତ,ବିଶିଷ୍ଟ ଅତିଥି କଳାକାର ଓଡିଶା ସଭାପତି ଶିକ୍ଷାବିତ୍ ସତ୍ୟବ୍ରତ ପୁହାଣ,ବିଶିଷ୍ଟ ବକ୍ତା ଗୁରୁ ସୁବାସ ଚନ୍ଦ୍ର ମଲ୍ଲିକ,ସମାନିତ ଅତିଥି ବରିଷ୍ଠ କବୟିତ୍ରୀ ଜୟନ୍ତୀ ବାରିକ,କଟକ ପ୍ରମୁଖ ଉପସ୍ଥିତ ରହି ଗୁରୁଶ୍ରୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଅତିଥି ପରିଚୟ ଏବଂ ମଂଚ ପରିଚାଳନା କରିଥିଲେ ଅନୁଷ୍ଠାନର ସ୍ଥାୟୀ ସଭାପତି ସମାଜସେବୀ ସର୍ବେଶ୍ୱର ଦାସ ।








