Home ଜିଲ୍ଲା ପରିକ୍ରମା ପାଂଚଟି ଟ୍ରାନ୍ସଫର୍ମର ଚୋରି, ସନ୍ଦେହରେ ୫ ଅଟକ

ପାଂଚଟି ଟ୍ରାନ୍ସଫର୍ମର ଚୋରି, ସନ୍ଦେହରେ ୫ ଅଟକ

13

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଂଚଳରୁ ଶୁକ୍ରବାର ରାତିରେ ପାଂଚଟି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଛି।ଏହି ଘଟଣାରେ ଧୂଷୁରୀ ପୁଲିସ ପୃଥକ ଦୁଇଟି ମାମଲା ରୁଜୁ କରିଛି ଏବଂ ସନ୍ଦେହରେ ୫ ଜଣଙ୍କୁ ଅଟକ ରଖିଛି।ଗତକାଲି ରାତିରେ ଅସୁରାଳି ବିଦ୍ୟୁତ ସେକ୍ସନ ଅଧୀନ ଅର୍ଜୁନପୁର ଏବଂ ପାଳସାହି ସେକ୍ସନ ଅଧୀନ ପନ୍ଦରବାଟିଆ ଅଂଚଳରୁ ଚାରୋଟି ୨୫ କେଭି ଏବଂ ଗୋଟିଏ ୧୬ କେଭି କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ଚୋରି ହୋଇଥିବା ଆଜି ଜଣାପଡିଥିଲା।ଏ ସଂକ୍ରାନ୍ତରେ ବିଦ୍ୟୁତ ଯୋଗାଣକାରୀ ଟିପିଏନଡିଏଲଓର ଦୁଇ ଯନ୍ତ୍ରୀ ପ୍ରଦୀପ ଦାସ ଏବଂ ସାହିଲ ସିଂ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଧୂଷୁରୀ ଥାନାରେ ଅଭିଯୋଗ ଆଧାରରେ କେସ ନଂ-୩୪୯/୨୫ ଏବଂ ୩୫୦/୨୫ରେ ଦୁଇଟି ମାମଲା ରୁଜୁ କରାଯାଇଛି।ପୁଲିସ ଘଟଣାର ଅନୁସନ୍ଧାନ କରିବା ସହ ଚୋରି ସନ୍ଦେହରେ ୫ ଜଣଙ୍କୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.