Home ଓଡ଼ିଶା ପଶ୍ଚିମବଙ୍ଗ ଫେରନ୍ତା ୩୭ଜଣଙ୍କୁ ଡାକ୍ତରି ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଇ ଦିଆଗଲା

ପଶ୍ଚିମବଙ୍ଗ ଫେରନ୍ତା ୩୭ଜଣଙ୍କୁ ଡାକ୍ତରି ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଇ ଦିଆଗଲା

344

ମାଲକାନଗିରି,୨୭ା୪(ଓଡିଆ ପୁଅ )୪୨ଜଣ ପଶ୍ଚିମବଙ୍ଗ ଫେରନ୍ତା ମାଲକାନଗିରି ଜିଲ୍ଲାରେ ପ୍ରବେଶ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁପ୍ତଭାବେ ରହିଥିବାର ବିଏସଏନଏଲ ମୋବାଇଲ ଟ୍ରାକ ମାଧ୍ୟମରେ ଜଣାପଡିଛି ବୋଲି ଗତ କାଲିଠାରୁ ମୋବାଇଲରେ ଏହି ଖବର ଭାଇରାଲ ହୋଇଥିଲା । ଏହି ଭାଇରାଲ ଖବର ଜାଣି ମାଲକାନଗିରି ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରାକାଶ ପାଇ ମାଲକାନଗିରି ପୌରାଅଚଂଳ ସହ ବିଭିନ୍ନ ଥାନା ଅଚଂଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ଯାଜଂ ଆରମ୍ଭ ହୋଇଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହି ଭିଡିଓ ଭାଇରାଲ ଏକ ଗୁଜବ ଖବର । ମାଲକାନଗିରିରେ ଚାକିରି କରୁଥିବା ପଶ୍ଚିମବଙ୍ଗ,ଝାଡଖଣ୍ଡରୁ ଗତ କିଛି ଦିନତଳେ କ୍ରମାନୁସାରେ ସେମାନଙ୍କ ଘରକୁ ଯାଇ ଫେରିଛନ୍ତି ।ଫେରିଥିବା ଙ୍କ ମଧ୍ୟରେ କିଛି ମାଲକାନଗିରି ଜିଲ୍ଲାର ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ମାଲକାନଗିରି କୁ ଫେରିବା ପରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସେମାନେ ବିଧିବଦ୍ଧ ଭାବେ ଡାକ୍ତରିପରୀକ୍ଷା ଓ କ୍ୱାରେଟାଂଇନ ଗୃହରେ ରହିନଥିବାରୁ ଗତ କାଲି ଠାରୁ ପୁଲିସ ବିଭିନ୍ନ ଅଚଂଳ ଗସ୍ତକରି ଏହାର ତଦନ୍ତ ଆରମ୍ଭ କରି ରାଜ୍ୟଫେରନ୍ତାଙ୍କୁ ଠାବକରିଥିଲେ । ମାଲକାନଗିରି ଥାନା ଅଚଂଳରେ ୧୫ଜଣ,ଚିତ୍ରକୋଣ୍ଡା ଥାନାଅଚଂଳରେ ୮ଜଣ,ଓରକେଲ ଥାନା ଅଚଂଳରେ ୨ଜଣ,ଏମଭି ୭୯ଥାନା ଅଚଂଳରେ ୭ଜଣ,ମାଥିଲି ଥାନା ଅଚଂଳରେ ୧ଜଣ,ପଡିଆ ଥାନା ଅଚଂଳରେ ୨ଜଣ,କାଲିମେଳା ଥାନା ଅଚଂଳରେ ୨ଜଣ ଆସିଥିବାର ଜଣାପଡିବା ପରେ ସେମାନଙ୍କୁ ଡାକ୍ତରି ପରୀକ୍ଷା କରିବା ସହ ବିଭିନ୍ନ ସ୍ଥାନରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ଗୃହରେ ୧୪ଦିନ ରହିବା ପାଇଁ ପଠାଇ ଦିଆଯାଇଥିବାର ଜଣାପଡିଛି । ନିକଟତର ଜିଲ୍ଲା କୋରାପୁଟ ଦଶମନ୍ତପୁର ରେ ଆଜି ଜଣେ ୨୨ବର୍ଷିୟ ଯୁବକର କରୋନା ପଜେଟିଭ ରିପୋର୍ଟ ଆସିଥିବା ଖବର ଶୁଣି ମାଲକାନଗିରି ଜିଲ୍ଲାବାସୀ ଭୟଭିତ ହୋଇପଡିଥିବା ବେଳେ ଜିଲ୍ଲାପ୍ରଶାନ ପକ୍ଷରୁ ଲକ ଡାଉନ ନିୟମକୁ କଡାକଡି କରାଯାଇ ସୀମାନ୍ତ ବର୍ତିଅଚଂଳ ଗୁଡିକୁ ସିଲ କରାଯାଇଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.