Home ଓଡ଼ିଶା ପଶ୍ଚିମବଙ୍ଗରେ ଯୁବ, ଛାତ୍ର ବିକ୍ଷୋଭ ଉପରେ ପୋଲିସ୍ ର ବର୍ବର ଆକ୍ରମଣ ନିନ୍ଦନୀୟ –...

ପଶ୍ଚିମବଙ୍ଗରେ ଯୁବ, ଛାତ୍ର ବିକ୍ଷୋଭ ଉପରେ ପୋଲିସ୍ ର ବର୍ବର ଆକ୍ରମଣ ନିନ୍ଦନୀୟ – ଏସ୍.ଏଫ୍.ଆଇ ଓ ଡି.ୱାଇ.ଏଫ୍.ଆଇ

293

ଭୁବନେଶ୍ୱର, ତା ୧୩.୦୯ (ଓଡ଼ିଆ ପୁଅ) : ପଶ୍ଚିମବଙ୍ଗରେ ୧୨ଟି ଯୁବ ଛାତ୍ର ସଂଗଠନ ତରଫରୁ ରାଜ୍ୟ ସଚ୍ଚିବାଳୟ “ନବାନ୍ନ’ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଗଲାବେଳେ ମମତା ସରକାରଙ୍କ ପୁଲିସ୍ ବାହିନୀ ଅତ୍ୟନ୍ତ ବର୍ବର ଭାବେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରିଛି। ଏସ୍.ଏଫ୍.ଆଇ ର ପଶ୍ଚିମବଙ୍ଗ ରାଜ୍ୟ ସମ୍ପାଦକ, ଡି.ୱାଇ.ଏଫ୍.ଆଇ ର ରାଜ୍ୟ ସଭାପତି ଓ ସମ୍ପାଦକଙ୍କ ସମେତ ଶହ ଶହ ଯୁବ ଛାତ୍ର କର୍ମୀମାନଙ୍କର ରକ୍ତାକ୍ତ ଭାବରେ ଆକ୍ରମଣ କରିଛନ୍ତି। ଆହତ କର୍ମୀମାନେ କୋଲକାତାରେ ବିଭିନ୍ନ ହସ୍ପିଟାଲ୍ରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ସିଙ୍ଗୁରଠାରୁ ନିବାନ୍ନ ପର୍ଯ୍ୟନ୍ତ ୭୦ କିଲୋମିଟର ପଦଯାତ୍ରା କରି ନିଯିୁକ୍ତି, ଶିଳ୍ପ ପ୍ରତିଷ୍ଠା, ଶିକ୍ଷକ ନିଯୁକ୍ତି ଇତ୍ୟାଦି ଦାବିକରି ଯାଉଥିବା ପଟୁଆରକୁ ଏଭଳି ଆକ୍ରମଣ ଘୋର ନିନ୍ଦନୀୟ। ଏସ୍.ଏଫ୍.ଆଇ, ଡି.ୱାଇ.ଏଫ୍.ଆଇ ସମେତ ୧୨ଟି ସଂଗଠନ ଏଥିରେ ସାମିଲ ହୋଇଛନ୍ତି। ଏସ୍.ଏଫ୍.ଆଇ. ଓ ଡି.ୱାଇ.ଏଫ୍.ଆଇ. ଓଡ଼ିଶା ରାଜ୍ୟ କମିଟି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ପ୍ରତିବାଦ କରିଛନ୍ତି। ମମତା ବାନାର୍ଜୀ ସରକାର ଯୁବ ଛାତ୍ର ସମାଜର ଦାବି ପୂରଣ ପାଇଁ ଆଲୋଚନା କରିବା ପରିବେର୍ତ୍ତ ପୁଲିସ୍, ରାପିଡ୍ ଆକ୍ସନ୍ ଫୋର୍ସ ଇତ୍ୟାଦି ଜରିଆରେ ସନ୍ତ୍ରାସୀ ଆକ୍ରମଣ କରି ଆନ୍ଦୋଳନକୁ ଦମନ କଲେ ଆନ୍ଦୋଳନ ଦବିଯିବ ନାହିଁ ବୋଲି ଏକ ବିବୃତ୍ତିରେ ଏସ୍.ଏଫ୍.ଆଇ ର ରାଜ୍ୟ ଆବାହକ ବିପ୍ଳବ ମିଶ୍ର ଓ ଡି.ୱାଇ.ଏଫ୍.ଆଇ.ର ରାଜ୍ୟ ସଭାପତି ସରୋଜ ନାୟକ, ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି। ଏହି ବର୍ବର ଆକ୍ରମଣ ବିରୁଦ୍ଧରେ ସାରା ରାଜ୍ୟର ଯୁବଛାତ୍ରମାନେ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.