Home ଜିଲ୍ଲା ପରିକ୍ରମା ପଶ୍ଚିମବଙ୍ଗରେ ଅଧ୍ୟୟନ କରୁଥିବା ଓଡିଆ ଡାକ୍ତରୀ ଛାତ୍ରୀଙ୍କ ବଳତ୍କାରୀଙ୍କୁ ଗିରଫ ଦାବି, ଅଖିଳ ଭାରତ ଗଣତାନ୍ତ୍ରିକ...

ପଶ୍ଚିମବଙ୍ଗରେ ଅଧ୍ୟୟନ କରୁଥିବା ଓଡିଆ ଡାକ୍ତରୀ ଛାତ୍ରୀଙ୍କ ବଳତ୍କାରୀଙ୍କୁ ଗିରଫ ଦାବି, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଜିଲ୍ଲା କମିଟି ବୈଠକ

14

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଶ୍ଚିମବଙ୍ଗ ରାଜ୍ୟ ବର୍ଧମାନ ଜିଲ୍ଲା ଦୂର୍ଗାପୁର ଅଞ୍ଚଳର ଶଭାପୁର ନିକଟରେ ଅବସ୍ଥାପିତ ଏକ ଘରୋଇ ଭେଷଜ ମହାବିଦ୍ୟାଳୟରେ ପାଠ ପଢୁଥିବା ଏମବିବିଏସ ଦ୍ୱିତୀୟ ବର୍ଷର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ଓଡିଆ ଛାତ୍ରୀଙ୍କ ଧର୍ଷଣକାରୀଙ୍କୁ ଅବିଳମ୍ବେ ଗିରଫ ସମେତ ଏହି ଘଟଣାର ନ୍ୟାୟିକ ତଦନ୍ତ କରିବା, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆନୁଷ୍ଠାନିକ ହତ୍ୟା ଘଟଣା ଓ ବଳଙ୍ଗା ଛାତ୍ରୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା, ସହସ୍ର ବର୍ଷର ଭାଇଚାରାର ସହର କଟକରେ ସାଂପ୍ରଦାୟିକ ବିଶୃଙ୍ଖଳା, ଦୋକାନ ଭଙ୍ଗାରୂଜା, ପୋଲିସ ଉପରକୁ ପଥର ଫିଙ୍ଗିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଓଡିଶାରେ ମହିଳା ମାନଙ୍କ ସୁରକ୍ଷାକୁ ଗ୍ୟାରେଂଟି କରିବା, ମହିଳା ମାନଙ୍କ ଜୀବନ ଜୀବିକା ର ସୁରକ୍ଷା, ଓଡିଶା ଜୀବିକା ମିଶନ ସମେତ ସମସ୍ତ ସ୍କିମରେ କାମ କରୁଥିବା ମହିଳା ମାନଙ୍କୁ ସ୍ଥାୟୀ ଶ୍ରମିକ ର ମାନ୍ୟତା ଦେବା, ଚଢା ସୁଧହାରରେ ଋଣ ଯୋଗାଉଥିବା ବିଭିନ୍ନ ଘରୋଇ ଫାଇନାନ୍ସ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା, ଆମ ଦେଶର ସମ୍ବିଧାନ, ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ଓ ସ୍ୱାଧୀନ ବିଚାର ବ୍ୟବସ୍ଥାର ସୁରକ୍ଷା ଆଦି ଦାବି ନେଇ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କମିଟି ବୈଠକ ଭଦ୍ରକ ନେତାଜୀ ନଗର ସ୍ଥିତ ଜାନକୀ ନିଳୟ ଠାରେ ସଂଗଠନ ର ଜିଲ୍ଲା ଉପସଭାନେତ୍ରୀ ସୁମତି ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଂପାଦିକା ସୁରଜିତା ନାୟକ ଯୋଗଦେଇ ପଶ୍ଚିମବଙ୍ଗ ରାଜ୍ୟର ଓଡ଼ିଆ ଡାକ୍ତର ଛାତ୍ରୀ ଙ୍କୁ ନ୍ୟାୟ ନମିଳିଲେ ଓଡିଶା ତମାମ ବୃହତର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେବା ସଂଗେ ସଂଗେ ପଶ୍ଚିମବଙ୍ଗ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଧରେ ସ୍ୱର ଉତୋଳନ କରିଥିଲେ । ଓଡଶାରେ ଗତ ବର୍ଷ କ ଭିତରେ ୯୩ ଜଣ ମହିଳା ଧର୍ଷଣ ରେ ଶିକାର ହେବା ଏବଂ ୩୫୦୦ ରୁ ଉର୍ଦ୍ଧ ନାରୀନିର୍ଯାତନା ବିରୋଧୀ ମକଦ୍ଦମା ବିଭିନ୍ନ ଥାନାରେ ରୁଜୁ ହେବା ଘଟଣା ଓଡିଶାରେ ନାରୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିବା ସହ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ବୈଠକରେ ଜିଲ୍ଲା ସଂପାଦିକା ପ୍ରଭାତି ଯେନା ସଂଗଠନର କାର୍ଯ୍ୟ ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ଜିଲ୍ଲା କମିଟି ସଭ୍ୟା ସୀତା ଦାସ, ରୋଜାଲିନି ସାମ୍ୟବାଦୀ, ମଧୁସ୍ମିତା ପାକଳ, ପ୍ରତିମା ସ୍ୱାଇଁ, ଶାନ୍ତିଲତା ନାୟକ, ସବିତା ବିଶ୍ୱାଳ, ସଞ୍ଜିତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.