Home କେନ୍ଦ୍ରାପଡ଼ା ପଳସିଂହା ପଂଚାୟତରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପଳସିଂହା ପଂଚାୟତରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

38

କେନ୍ଦ୍ରାପଡା, ୫-୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମପଂଚାୟତରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ପଂଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ସରପଂଚ କାଦମ୍ଭିନୀ ମହାପାତ୍ର ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନାୟବ ସରପଂଚ, ପଂଚାୟତର ସମସ୍ତ ୱାର୍ଡସଭ୍ୟସଭ୍ୟା, ପଂଚାୟତର କର୍ମଚାରୀଙ୍କ ସମେତ ଗାନ୍ଧୀପ୍ରେମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ବରିଷ୍ଠ ଶିକ୍ଷାବୀତ ନିତ୍ୟାନନ୍ଦ ବିଶ୍ୱାଳ ଓ ବିପିନ କୁମାର ପରିଡା ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହାତ୍ମାଗାନ୍ଧୀଙ୍କ ତ୍ୟାଗପୂତ ଜୀବନୀ ସମ୍ପର୍କରେ ଅବତାରଣା କରିଥିଲେ। ଶେଷରେ ଯୁବନେତା ଅଜିତ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.