Home Top News ପରୀ ହତ୍ୟା ଘଟଣାରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ବିରୁଦ୍ଧରେ ମିଥ୍ୟା ଏବଂ...

ପରୀ ହତ୍ୟା ଘଟଣାରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ବିରୁଦ୍ଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଓଡିଶା ପୋଲିସ କୁ ବ୍ୟଥିତ କରିଛି।

45

ଭୁବନେଶ୍ୱର ୧୮-୧୨ (ଓଡ଼ିଆ ପୁଅ) ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଦଳ ଖୁବ ନିଷ୍ଠା ଓ ତତ୍ପରତାର ସହ ରହସ୍ୟ ଉନ୍ମୋଚନ ପାଇଁ କାର୍ଯ୍ୟ କରୁଛି। ଅନେକ ଲୋକଙ୍କୁ ଏଥିପାଇଁ ଜେରା କରାଯାଇଛି ଏବଂ ଏ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ପୁରା ଗ୍ରାମ ତଦନ୍ତରେ ସହଯୋଗ କରିଛନ୍ତି। ତଦନ୍ତକାରୀ ସଂସ୍ଥାକୁ ବଦନାମ କରିବା ପାଇଁ ଜଣେ ବ୍ୟକ୍ତିଙ୍କର ଏପରି ଭିତ୍ତିହୀନ ଆରୋପକୁ ବ୍ୟବହାର କରାଯାଇଛି। ଏପରି ଆରୋପ ସତ୍ୟକୁ ଉନ୍ମୋଚନ କରିବା ପାଇଁ କାର୍ଯ୍ୟରତ ଅଧିକାରୀଙ୍କୁ ହତୋତ୍ସାହିତ କରିପାରେ। ଏହା ଦୁର୍ଭାଗ୍ୟଜନକ ଏବଂ ନୀତିହୀନ କାର୍ଯ୍ୟ ଅଟେ।

ଉଲ୍ଲେଖଯୋଗ୍ୟଯେ ଏହି ମାମଲାଟି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ମନିଟରିଂ କରାଯାଉଛି ଏବଂ ଏସ୍.ଆଇ.ଟି ମାମଲାର ଅଗ୍ରଗତି ବାବଦରେ ଉଚ୍ଚ ନ୍ୟାୟାଳୟକୁ ଅବଗତ କରୁଛନ୍ତି।

ଏସ୍.ଆଇ.ଟିକୁ ତାର କାର୍ଯ୍ୟକୁ ଠିକ ଭାବରେ ପୂରା କରିବା ପାଇଁ ଏହି ପରିପ୍ରେକ୍ଷୀରେ ଆମେ ସମସ୍ତଙ୍କୁ ଏବଂ ବିଶେଷ ଭାବରେ ଗଣମାଧ୍ୟମକୁ ନିବେଦନ କରୁଛୁ। ଏଇ ସଂବେଦନଶୀଳ ମାମଲାର ଏକ ସ୍ୱଚ୍ଛ ଏବଂ ନିରପେକ୍ଷ ତଦନ୍ତ ପାଇଁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ। ଆମେ ଭରଷା ଦେଉଛୁ କି ପରୀକୁ ନ୍ୟାୟ ପ୍ରଦାନ ପାଇଁ ଆମେ ସମସ୍ତ ପ୍ରଚେଷ୍ଟା କରିବୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.