Home ଜିଲ୍ଲା ପରିକ୍ରମା ପରୀହତ୍ୟା, ଶିଶୁ ନିଖୋଜ ଓ ନାରୀ ନିର୍ଯ୍ୟାତନା ପାଇଁ ରାଜ୍ୟ ସରକାର ଦାୟୀ – ସମୀର...

ପରୀହତ୍ୟା, ଶିଶୁ ନିଖୋଜ ଓ ନାରୀ ନିର୍ଯ୍ୟାତନା ପାଇଁ ରାଜ୍ୟ ସରକାର ଦାୟୀ – ସମୀର ମହାନ୍ତି , ନୂଆବର୍ଷରେ ରାଜ୍ୟ ବିଜେପି ସଭାପତିଙ୍କ ଭଦ୍ରକରେ ସାମ୍ବାଦିକ ସମ୍ମିଳନୀ

39

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ଓ ପିଲାଚୋରି ରୋକିବା କ୍ଷେତ୍ରରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ମା’କୁ ସମ୍ମାନ କଥା କହୁଥିବା ଏହି ସରକାର ବାସ୍ତବରେ ନିର୍ଯ୍ୟାତନା ଦେବା ସହ ସେମାନଙ୍କ ସୁରକ୍ଷା ଦେବାରେ ଅସମର୍ଥ ହୋଇଛନ୍ତି । ବିଶେଷକରି ପରୀ ଘଟଣାରେ ଏହି ସରକାର ଯେଭଳି ଭାବେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଏଣୁ ପରୀ ଘଟଣାର ସିବିଆଇ ତଦନ୍ତ ହେବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର କରାଯିବା ନେଇ ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଭଦ୍ରକ ଗସ୍ତକାଳରେ ଆସି ବିଜେପି କାର୍ଯ୍ୟାଳୟରେ ଆହୂତ ଏକ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । ଜିଲା ସଭାପତି ହେମନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆହୂତ ଏହି ସାମ୍ବାଦିକ ସମ୍ମିଳନରେ ଶ୍ରୀ ମହାନ୍ତି ପରୀ ଘଟଣା ଓ ଛୋଟ ଶିଶୁଙ୍କ ନିଖୋଜ ଘଟଣାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବାବେଳେ ଆସନ୍ତା ଜାନୁଆରୀ ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ଗ୍ରାମ ମନ୍ଦିରରେ ଏଥିପାଇଁ ବିଜେପି ପକ୍ଷରୁ ଦୀପଦାନ କରାଯିବ ବୋଲି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ଏହାପରେ ଶ୍ରୀ ମହାନ୍ତି ଭଦ୍ରକ କଚେରୀ ବଜାରର ସାଇ ମିଷ୍ଟାନ୍ନ ଭଣ୍ଡାରକୁ ଯାଇ ପ୍ରସିଦ୍ଧ ପାଳୁଅ ଲଡୁକୁ ପ୍ରମୋଟ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଂଚାନନ ରାଉତ, ଯାଜପୁର ପ୍ରଭାରୀ ଶାରଦା ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଦୀପ ନାୟକ, ଶଶି ବିଶ୍ୱାଳ, ଅଶୋକ ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.