Home ଓଡ଼ିଶା ପରୀକ୍ଷା ଦେବାକୁ ଆସି ଭାସିଗଲେ ଯୁବକ

ପରୀକ୍ଷା ଦେବାକୁ ଆସି ଭାସିଗଲେ ଯୁବକ

126

ପୁରୀ,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ପରୀକ୍ଷା ଦେବାକୁ ଆସି ପୁରୀ ସମୁଦ୍ର ରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ୨ ଯୁବକ । ଆଜି ଏହି   ଦୁଃଖଦ ଘଟଣା ଘଟିଯାଇଛି । ତେବେ ମିଳିଥିବା ସୂଚନା ମୁତାବକ, ଉକ୍ତ ଦୁଇ ଯୁବକ ୧୨୦ ବାଟାଲିୟନରେ ଆର୍ମିରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ଦେବାକୁ ଆସିଥିଲେ । ଆଉ ପରୀକ୍ଷା ସରିବା ପରେ ସେମାନେ ପୁରୀ ବୁଲିବାକୁ ଆସିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ହଠାତ୍ ସେମାନେ ସ୍ରୋତରେ ଭାସି ଯାଇଥିଲେ । ନିଖୋଜ ଯୁବକମାନେ ଅନୀଲ ଶିଖରଓ୍ୱାଲ ଓ ବିଜୟ ପାଲ୍‌ ହୋଇଥିବା ବେଳେ ସେମାନେ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.