Home ଜିଲ୍ଲା ପରିକ୍ରମା ‘ପରୀ’କୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପିର...

‘ପରୀ’କୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପିର ପଦଯାତ୍ରା

18

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରୀ ହତ୍ୟାକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ ସହ ଏହି ଘଟଣାକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରି ବାଟବଣା କରୁଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ପାଇଁ ଦାବି ଜଣାଇ ବିଜେପି ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । କହରାପୋଖରୀ କ୍ରାନ୍ତୀ ମଇଦାନ ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ କରି ଏହି ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପ୍ରାକ୍ତନ ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରୀରେ ପରୀକୁ ନ୍ୟାୟ ପ୍ରଦାନ ପାଇଁ ସିବିଆଇ ତଦନ୍ତ, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ରାଜ୍ୟରେ ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ଦାବି କରାଯାଇ ଶ୍ଳୋଗାନ ପ୍ରଦାନ କରାଯାଇଥିଲା । କ୍ରାନ୍ତୀ ମଇଦାନରୁ ବାହାରିଥିବା ଏହି ପଦଯାତ୍ରାରେ ଦଳୀୟ ନେତା ନିର୍ମଳ କର, ପ୍ରକାଶ ମହାପାତ୍ର, ଜୟସ୍ମୀତା ଗୋଚ୍ଛାୟତ, ତପସ୍ୱନି ମହାପାତ୍ର, ରୁକ୍ମଣୀ ଦାସ, ମଣ୍ଡଳ ସଭାପତି ଗିରିଶ ସାମଲ ପ୍ରଫୁଲ୍ଲ ସାହୁ, ଅକ୍ଷୟ ମହାନ୍ତି, ସରପଞ୍ଚ କମଳ କୁମାର ନନ୍ଦ, ଜଗବନ୍ଧୁ ଦାସ, ରାମଚନ୍ଦ୍ର ସେନାପତି, ବାବାଜି ଚରଣ ଯେନା, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସୁଶାନ୍ତ ମହାପାତ୍ର, ଶିବାନନ୍ଦ ସାହୁ, କରୁଣାକର ସାହୁ, ରବିନ୍ଦ୍ର ମହାନ୍ତି, ସୁରେଶ ସାମଲ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.