Home ଜିଲ୍ଲା ପରିକ୍ରମା ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ

ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ

8

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଁ, ମା’,ମାଟି, ପ୍ରକୃତି ଓ ଧରିତ୍ରୀର ସୁରକ୍ଷା ପାଇଁ’ଜୟ ପରିବେଶ’ର ନାରା ଦେଉଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ପରିବେଶପ୍ରେମୀ ମନୋଜ କୁମାର ରାଉତଙ୍କ ଆହ୍ୱାନ ଓ ସଂଯୋଜନାରେ ମଙ୍ଗଳବାର ଦିନ ଭଣ୍ଡାରିପୋଖରୀ ବ୍ଲକର ସରପଦା ଗ୍ରାମରେ ପ୍ରାୟ ୩୦୦ ଲିମ୍ବ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯାଇଛି।ଭଣ୍ଡାରିପୋଖରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ଭଣ୍ଡାରିପୋଖରୀ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ସଦସ୍ୟ ଛାତ୍ର ଛାତ୍ରୀ ମାନଙ୍କ ସହ ଅନ୍ୟ ସ୍ୱେଚ୍ଛାସେବୀମାନେ ଯୋଗ ଦେଇ ‘ ପପୁ-ଏଲି ଦାତବ୍ୟ ନ୍ୟାସ’ ପକ୍ଷରୁ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ବୃକ୍ଷ ରୋପଣ ସହ ବୃକ୍ଷର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.