Home ଜିଲ୍ଲା ପରିକ୍ରମା ପରିବହନ ସଂସ୍ଥାର ମନମୁଖି ଦର ଧାର୍ଯ୍ୟ ପ୍ରତିବାଦରେ ଏସପିଙ୍କୁ ଭେଟିଲେ ଟ୍ରକ ମାଲିକ ସଙ୍ଘ

ପରିବହନ ସଂସ୍ଥାର ମନମୁଖି ଦର ଧାର୍ଯ୍ୟ ପ୍ରତିବାଦରେ ଏସପିଙ୍କୁ ଭେଟିଲେ ଟ୍ରକ ମାଲିକ ସଙ୍ଘ

122

ଯାଜପୁର୫ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପୁଲିସର ମୁଖ୍ୟାଳୟ ପାଣିକୋଇଲି ଠାରେ ଆଜି ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ପରିବହନ ସଂସ୍ଥାର ମନମୁଖି ଦର ଧାର୍ଯ୍ୟ ପ୍ରତିବାଦ ସର୍ମ୍ପକରେ ଭେଟି ଆଲୋଚନା କରାଯାଇଛି । ଫାଷ୍ଟ କମ ଫାଷ୍ଟ ଲୋଡ ଚାଲିଥିବା ବେଳେ ପରିବହନ କମ୍ପାନୀ ମାନେ ମନଇଚ୍ଛା ଦରଧାର୍ଯ୍ୟକରି ଗାଡି ଲୋଡ କରୁଛନ୍ତି । ଏମିତିକି ଗୋଟିଏ ଦିନରେ ଗୋଟିଏ ସ୍ଥାନକୁ ଲୋଡ କରାଯାଉଥିବା ବେଳେ ବିଭିନ୍ନ ଗାଡି ପ୍ରତି ବିଭିନ୍ନ ଦର ଲାଗୁ କରିଛନ୍ତି । ଯାହାର ପ୍ରମାଣ ସହ ଏହା ଏସପିଙ୍କୁ ଜଣାଯାଇଛି । ଟନ ପ୍ରତି କାହାକୁ ୬୫୦ଟଙ୍କାରେ ଲୋଡ କରାଯାଇଥିବା ବେଳେ କେଉଁ ଗାଡି ୭୫୦ଟଙ୍କା ଦର ଲାଗୁ କରାଯାଇଛି । ଫଳରେ ଗାଡି ମାଲିକ ମାନେ ବହୁ କ୍ଷତିରେ ପଡୁଛନ୍ତି । ଯାହାଦ୍ୱାରା ଟ୍ରକ ମାଲିକ ମାନଙ୍କୁ ଦ୍ୱିନଦ୍ୱିପ୍ରହରରେ ଲୁଟ କରୁଛି ପରିବହନ ସଂସ୍ଥା । ଏମିତିକି ଅନଲୋଡ ପରେ ଭଡା ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ ଯାହା ମାଲିକ ସହିବା ସମ୍ଭବ ନୁହେଁ ସେଭଳି ମଧ୍ୟ କରାଯାଉଛି । ପୂର୍ବରୁ ମଧ୍ୟ ଏକ୍ସମି ଲୋଗୋଷ୍ଟିକ୍ସର ଏତାଦୃଶ କାର୍ଯ୍ୟ ନେଇ ଜିଲ୍ଲାପାଳ ଓ କାଳିଆ ପାଣି ଥାନାରେ ଅଭିଯୋଗ କରାଯାଇଥିଲା । ଫାଷ୍ଟ କମ ଫାଷ୍ଟ ଲୋଡ ଯୋଗୁ ଭଡା ପ୍ରଦାନରେ ଅହେତୁକ ବିଳମ୍ବ ଫଳରେ ଏନେଇ ଅସନ୍ତୋଷ ବୃଦ୍ଧି ପାଇବାରୁ ଟ୍ରକ ମାଲିକ ସଙ୍ଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଲିଖିତ ଭାବେ ପ୍ରଦାନ କରାଯାଇଛି । ଶତାଧିକ ଟ୍ରକ ମାଲିକ, କୁହିକା, ସୁକିନ୍ଦା, ଯାଜପୁରରୋଡ, ଦାନଗଦି, ଚଣ୍ଡିଖୋଲ, ପାଣିକୋଇଲି ଆଦି ସ୍ଥାନରୁ ଆସି ଏସପି ଅଫିସରେ ଏକତ୍ରୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଏକ ପ୍ରତିନିଧି ମଣ୍ଡଳୀ ସୁକିନ୍ଦା ଟ୍ରକ ମାଲିକ ସଙ୍ଘର ସମ୍ପାଦକ ଅରୁଣ କୁମାର ପରିଡାଙ୍କ ନେତୃତ୍ୱରେ ଦିଲ୍ଲୀପ କୁମାର ମଲ୍ଲୀକ, ରାଜ କିଶୋର ପ୍ରଧାନ, ଅଶୋକ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ସୂର୍ଯ୍ୟମଣି ବେହେରା, ସୁଦର୍ଶନ ପାତ୍ର, ପ୍ରଭାତ ସିଂହ ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଏସପିଙ୍କ ସହ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.