Home ଜିଲ୍ଲା ପରିକ୍ରମା ପରିବହନ ବିଭାଗ ଓ ପୁରୁଣା ବଜାର ପୁଲିସର ମିଳିତ ଯାଂଚ, ୬୭ ଗୋଟି ମାମଲାରେ ୨...

ପରିବହନ ବିଭାଗ ଓ ପୁରୁଣା ବଜାର ପୁଲିସର ମିଳିତ ଯାଂଚ, ୬୭ ଗୋଟି ମାମଲାରେ ୨ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଆଦାୟ

21

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପରିବହନ ବିଭାଗ ଓ ପୁରୁଣା ବଜାର ପୁଲିସ ର ମିଳିତ ସହଯୋଗ ରେ ଗୁରୁବାର ହଳଦୀ ଡିହ ବାଇପାସ୍ ନିକଟରେ ଗାଡି ଗୁଡ଼ିକ ର ଯାଂଚ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଯାଂଚ ସମୟରେ ମୋଟ ୬୭ ଗୋଟି ଗାଡ଼ି ମାଲିକ ଙ୍କ ଠାରୁ ଉପଯୁକ୍ତ କାଗଜ ପତ୍ର ନ ଥିବା ସାଙ୍ଗକୁ ଟ୍ରାଫିକ ନିୟମ ଉଲଙ୍ଘନ ବାବଦରେ ୨ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏହି ଯାଂଚ ସମୟରେ ପରିବହନ ନିରାପତା ଅଧିକାରୀ ଏସ କେ ରହିମ, ଟ୍ରାଫିକ ଇନ୍ସପେକ୍ଟର ଏସ ମିଶ୍ର, ଅତିରିକ୍ତ ଟ୍ରାଫିକ ଇନ୍ସପେକ୍ଟର ଏସ ଏସ ନାୟକ ଙ୍କ ସାଙ୍ଗକୁ ପରିବହନ ବିଭାଗ ଓ ପୁରୁଣା ବଜାର ପୁଲିସ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଆଗାମୀ ଦିନ ରେ ଏହି ଯାଂଚ ଚାଲୁ ରହିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.