Home ଓଡ଼ିଶା ପରିବହନ କାର୍ଯ୍ୟାଳୟ ନିକଟରୁ ଜଣେ ଦଲାଲ ଗିରଫ

ପରିବହନ କାର୍ଯ୍ୟାଳୟ ନିକଟରୁ ଜଣେ ଦଲାଲ ଗିରଫ

122

ସମ୍ବଲପୁର,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ସମ୍ବଲପୁର ଟାଉନ ପୋଲିସ ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଜଣେ ଦଲାଲକୁ  ଗିରଫ କରିଛି ପୋଲିସ । ଲୋକଙ୍କ କାମ କରାଇଦେବା ନାଁରେ ଦଲାଲ ଜଣକ ପଇସା ଅସୁଲ କରୁଥିବା ବେଳେ ଦଲାଲ ନିକଟରୁ ପୋଲିସ ଡ୍ରାଇଭିଙ୍ଗ ଲାଇସେନ୍ସ, ପରମିଟ୍, ଫିଟନେସ୍ କାଗଜପତ୍ର ସହ ତିନି ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଅନ୍ୟପଟେ ସରକାର ଦଲାଲମୁକ୍ତ ଆରଟିଓ ପାଇଁ ପଦକ୍ଷେପ ନେଇଥିବା ବେଳେ ଧନୁପାଲିର ୪୧ ବର୍ଷୀୟ ନାରାୟଣ ଓରାମ ବେଧଡକ ଭାବେ ପରିବହନ କାର୍ଯ୍ୟାଳୟ ପରିସରରେ ଦଲାଲଗିରି ଜାରି ରଖିଥିବା ଜଣାପଡିଛି । ଏବେ ତା  ବିରୋଧରେ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.