Home ଓଡ଼ିଶା ପରିତ୍ୟକ୍ତ ପାଣି କୁଣ୍ଡରେ ପଡି ଯୁବକ ମୃତ

ପରିତ୍ୟକ୍ତ ପାଣି କୁଣ୍ଡରେ ପଡି ଯୁବକ ମୃତ

177

ଯୋଡା, ୩୦- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ୱାର୍ଡର ୮ନଂର ମାଡ୍ରାସ ହାଟିଂରେ ଏକ ପରିତ୍ୟକ୍ତ ପାଣିକୁଣ୍ଡ ଭିତରେ ମରିପଡିଥିବା ଜଣେ ଯୁବକର ମୃତଦେହ ଆଜି ବିଲେଇପଦା ଅଗ୍ନିସମ ବିଭାଗ ଉଦ୍ଧାର କରିଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ନାମ ଲକ୍ଷ୍ମଣ ମୁଣ୍ଡା ବୋଲି ଜଣାପଡିଛି । ତାଙ୍କ ପରିବାର ପକ୍ଷରୁ ଜଣାପଡିଛି ଯେ, ଲକ୍ଷ୍ମଣଙ୍କ ପୂର୍ବରୁ ମିରିଗି ରୋଗ ଥିବା ବେଳେ କୌଣସି ଅସାବଧାନତା ଯୋଗୁଁ ସେ ପାଣି କୁଣ୍ଡରେ ପଡିଯାଇ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାଟି ସୋମବାର ସନ୍ଧ୍ୟାରେ ଘଟିଥିବା ଅନୁମାନ କରାଯାଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଆଖପାଖ ଲୋକ ତାଙ୍କୁ ଖୋଜା ଖୋଜି କରିବା ପରେ ପାଣି କୁଣ୍ଡରୁ ତାଙ୍କ ମୃତ ଦେହ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.