Home ଓଡ଼ିଶା ପରାଜୟ ଭୟରେ ରକ୍ତମୁଖା ସାଜି ଆତଙ୍କରାଜ କରୁଛି ବିଜେଡି :ବିଜେପି

ପରାଜୟ ଭୟରେ ରକ୍ତମୁଖା ସାଜି ଆତଙ୍କରାଜ କରୁଛି ବିଜେଡି :ବିଜେପି

193

– ଖୋର୍ଦ୍ଧାରେ ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ବିଜେଡିର ଗୁଣ୍ଡାମାନେ ହତ୍ୟା କରିଥିଲେ
– ଘଷିପୁରରେ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ବିଜେଡିର ମନ୍ତ୍ରୀ ବଦ୍ରି ପାତ୍ରଙ୍କ ନିର୍ଦ୍ଦେଶରେ ହୋଇଛି
– ସେରଗଡର ବୁଲୁ ପ୍ରଧାନ, ବୁଗୁଡାର ଶିଶିର ନାୟକ, ବେଗୁନିଆ ପଡାର ପିତାମ୍ବର ସ୍ୱାଇଁଙ୍କୁ ପୂର୍ବରୁ ବିଜେଡି ଦଳ ଦ୍ୱାରା ହତ୍ୟା କରାଯାଇଥିଲା
– ସୋରୋଡାରେ ସନ୍ତୋଷ ପତିଙ୍କୁ ହତ୍ୟା କରିଛନ୍ତି ବିଜୁ ଯୁବ ବାହିନିର ଗୁଣ୍ଡାମାନେ
– ଆସ୍କାର ବିଜେପି ନେତା କଂଗ୍ରେସ ନାହାକଙ୍କୁ ହତ୍ୟା କରିଛନ୍ତି ବିଜୁ ଜନତା ଦଳର କର୍ମୀମାନେ
– ବ୍ରଜରାଜନଗର ବିଜେପି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତି ରାଧାରାଣୀ ପଣ୍ଡାଙ୍କୁ ଭୋଟ ଦେଲା ବେଳେ ଆକ୍ରମଣ, ତାଙ୍କ ସହଯୋଗିଙ୍କୁ ମରଣାନ୍ତକ ଆକ୍ରମଣ
– ବିଜେପୁର ବିଧାନସଭା ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ସନତ ଗଡତିୟାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ
– ହିଜିଂଲିରେ ପୀତାମ୍ବର ଆଚାର୍ଯ୍ୟ ରୋଡ ସୋ କରୁଥିବା ସମୟରେ ତାଙ୍କ ଉପରେ ହୋଇଛି ବିଜୁ ଜନତା ଦଳ ଦ୍ୱାରା ଆକ୍ରମଣ
– ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରକୁ ଟେକା ମାଡ କରିଛନ୍ତି ବିଜେଡିର ଗୁଣ୍ଡାମାନେ
– ଭୁବନେଶ୍ୱର ଲୋକସଭା ପାର୍ଥୀ ଅପରାଜିତା ଷଡଙ୍ଗିଙ୍କ ରୋଡ ସୋ ବେଳେ ବିଜେଡିର ଗୁର୍ଦ୍ଦି
– ଭୁବନେଶ୍ୱର ଉତର ପାର୍ଥୀନି ଅପରାଜିତା ମହାନ୍ତିଙ୍କ ନିର୍ବାଚନ ପ୍ରଚାର ବେଳେ ବିଜେଡିର ଆକ୍ରମଣ, ତାଙ୍କ ସହଯୋଗି ମହିଳା ନେତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି
– ଚିକିଟି ବିଜେପି ବିଧାୟକ ପ୍ରାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରାୟଙ୍କୁ ଶାସକ ବିଜେଡି ଦଳ ଆକ୍ରମଣ କରିଥିଲା

ଭୁବନେଶ୍ୱର, ତା ୧୮/୦୪ (ଓଡ଼ିଆ ପୁଅ) : ନିର୍ବାଚନ ହାରିବା ଜାଣି ବିଜେଡି ଏବେ ରକ୍ତମୁଖା ସାଜିଛି। ଆସନ୍ନ ନିର୍ବାଚନ ପରାଜୟ ଭୟରେ ବିଜୁ ଜନତା ଦଳ ଏବେ ଅନ୍ୟ ଉପାୟ ନପାଇ ରକ୍ତମୁଖା ହୋଇଯାଇଛି। ହଣା କଟା କରି, ଗୁଳି ଫୁଟାଇ, ମଣିଷ ମାରିବାର ଭୟ ଦେଖାଇ ସାଧାରଣରେ ଏକ ଭୟ ସୃଷ୍ଟି କରାଇବା ପାଇଁ ପ୍ରୟାସ କରୁଛି ବିଜୁ ଜନତା ଦଳ। ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ସମୟରେ ବିଜେଡି ଦଳ ଗୁଣ୍ଡା ସାଜି ସାରା ଓଡିଶାରେ ଅଶାନ୍ତି ଚଳାଇଛି। ଗତକାଲି ଉତର ଭୁବନେଶ୍ୱର ନିର୍ବାଚନୀ ମଣ୍ଡଳୀର ପ୍ରାର୍ଥୀନୀ ଶ୍ରୀମତି ଅପରାଜିତା ମହାନ୍ତିଙ୍କୁ ଏବଂ ବିଜେପି ଦୁଇଜଣ କର୍ମୀଙ୍କୁ ଯେଉଁଭଳି ବିଜେଡିର ଗୁଣ୍ଡାମାନଙ୍କ ଦ୍ୱାରା ଆକ୍ରମଣ କରିଥିଲା ଏବଂ ରାତିରେ ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ବିିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ କାର୍ଯ୍ୟାଳୟ ଉପରକୁ ବୋମା ମାଡ କରାଯାଇଥିଲା ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଖୋର୍ଦ୍ଧାରେ ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ହତ୍ୟାକାରଙ୍କୁ ପୋଲିସ ଗରିଫ କରିପାରିଲା ନାହିଁ। ସେହିପରି ଗତ କିଛି ଦିନ ତଳେ ଘଷିପୁରା ନିର୍ବାଚନମଣ୍ଡଳୀର ୨୦୧୪ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ଘଟଣାରେ ଶାସକ ଦଳର ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସଂପୃକ୍ତି ଥିବାର ପ୍ରମାଣ ମିଳିଛି। ବ୍ରଜରାଜନଗର ବିଧାନସଭା ମଣ୍ଡଳୀର ବିଜେପି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତି ରାଧାରାଣୀ ପଣ୍ଡାଙ୍କୁ ବୁଥ୍ ଭିତରେ ଆକ୍ରମଣ ହୋଇଥିବା ସମୟରେ ତାଙ୍କ ସହଯୋଗିଙ୍କ ମୁଣ୍ଡ ଫାଟି ସେ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଗତ କାଲି ସୋରୋଡାରେ ସନ୍ତୋଷ ପତିଙ୍କୁ ହତ୍ୟା କରାଗଲା। ଆସ୍କାର କଂଗ୍ରେସ ନାହାକଙ୍କୁ ଗତ ୧୫ ତାରିଖରେ ହତ୍ୟା କରାଯାଇଥିଲା। ବିଜେପୁର ବିିଧାନସଭା ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ସନତ ଗଡତିୟାଙ୍କ ଉପରେ ଯେଉଁଭଳି ଭାବେ ମରଣାନ୍ତକ ଆକ୍ରମଣ କରି ତାଙ୍କ ଗାଡି ଉପରକୁ ଟେକା ପଥର ମାଡ କରାଯାଇଥିଲା। ହିଜିଂଲିରେ ପୀତାମ୍ବର ଆଚାର୍ଯ୍ୟ ରୋଡ ସୋ କରୁଥିବା ସମୟରେ ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରକୁ ଟେକା ମାଡ, ଚିକିଟି ଠାରେ ବିଜେପି ବିଧାୟକ ପ୍ରାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରାୟଙ୍କୁ ଶାସକ ବିଜେଡି ଦଳ ଆକ୍ରମଣ କରିଥିଲା। ସେରଗଡର ବୁଲୁ ପ୍ରଧାନ, ବୁଗୁଡାର ଶିଶିର ନାୟକ, ବେଗୁନିଆ ପଡାର ପିତାମ୍ବର ସ୍ୱାଇଁଙ୍କୁ ପୂର୍ବରୁ ବିଜେଡି ଦଳ ଦ୍ୱାରା ହତ୍ୟା କରାଯାଇଥିଲା।

ରାଜ୍ୟରେ ବିଜେଡି କର୍ମୀମାନେ ଦିନକୁ ଦିନ ବିରୋଧୀଙ୍କ ଉପରକୁ ଆକ୍ରମଣ କରିବା, ହତ୍ୟା କରିବା, ବୋମା ପକାଇ ଭୟଭୀତ କରିବା କାର୍ଯ୍ୟ କରୁଛନ୍ତି। ବିଜେଡି ନିର୍ବାଚନ ହାରିବା ଭୟରେ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟିକରି ଚାଲିଛି। ଓଡିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପୂରାପୂୂରି ଭୁଷିଡି ପଡିଥିବା ବେଳେ ଶାସକ ବିଜେଡିକୁ ସୁହାଇଲା ଭଳି କିଛି ମୁଷ୍ଟିମେୟ ସରକାରୀ ଅଧିକାରୀ ମାନେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ବିଜେଡି ମାଡ, ଗାଳି ଏବଂ ଧମକ ଦେଇ ଶାସନ କ୍ଷମତାକୁ ଆସିପାରିବ ନାହିଁ। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରି ନିରବଦ୍ରଷ୍ଟା ସାଜିଛନ୍ତି। ପୋଲିସ ପ୍ରଶାସନ ଓ ମୁଖ୍ୟ ନିର୍ବାଚନ ଅଧିକାରି ହତ୍ୟାକାରିଙ୍କୁ ଗିରଫ ନକରି ସୁରକ୍ଷା ଦେଉଛନ୍ତି। ଓଡିଶାବାସୀ ଏହାର ଠିକ୍ ଜବାବ ନିର୍ବାଚନରେ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ବିଜେପିର ସମସ୍ତ ନେତା ଏବଂ କର୍ମୀମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ପୋଲିସ ପ୍ରଶାସନ ବିଜେପି ନେତା ଓ କର୍ମୀମାନଙ୍କୁ ସୁରକ୍ଷା ପ୍ରଦାନ କରିପାରୁ ନାହଁନ୍ତି। ଅନ୍ୟପଟେ ବିଜେପିର ସମସ୍ତ କାର୍ଯ୍ୟକର୍ତା ମାନେ କୌଣସି ହିଂସାର ରାସ୍ତାକୁ ନଯାଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ରମାରଂଜନ ବଳିଆରସିଂ ଏବଂ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.