Home ଜିଲ୍ଲା ପରିକ୍ରମା ପରଠାରେ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ! ସରପଦା ଗ୍ରାମବାସୀଙ୍କ ସାରାରାତି ପୂଜାର୍ଚ୍ଚନା

ପରଠାରେ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ! ସରପଦା ଗ୍ରାମବାସୀଙ୍କ ସାରାରାତି ପୂଜାର୍ଚ୍ଚନା

62

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରପଦା ଗ୍ରାମର ଉପେନ୍ଦ୍ର ସାହୁଙ୍କ ଘରେ ‘ପରଠା’ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆବିର୍ଭାବ ହୋଇଛନ୍ତି ବୋଲି ପରିବାର ପକ୍ଷରୁ ଗୁରୁବାର ରାତ୍ରରେ ପ୍ରକାଶ କରାଯାଇଛି । ଭକ୍ତି ପରାୟଣା ବୋହୂ ପୂଜା ପରିବାରର ରାତ୍ର ଭୋଜନ ପାଇଁ ପରଠା ପ୍ରସ୍ତୁତ କରୁଥିଲେ । ତୃତୀୟ ପରଠା ପ୍ରସ୍ତୁତ ପାଇଁ ପରଠାକୁ ତତଲା ତାୱାରେ ପକାଇବା ମାତ୍ରେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ୱରୂପ ପ୍ରକଟିତ ହୋଇଥିଲା । ପ୍ରତିବର୍ଷ ରଥରେ ପୁରୀକୁ ଯାଉଥିବା ଏସନ ପୂରୀ ଯାଇ ପାରିନଥିବା ଭାବନା ପୂଜାଙ୍କ ମନରେ ଆନ୍ଦୋଳିତ ହେଉଥିବା ବେଳେ ସ୍ୱହସ୍ତରେ ପ୍ରସ୍ତୁତ ପରଠାରେ ମହାପ୍ରଭୁଙ୍କ ସ୍ୱରୂପ ପ୍ରକଟିତ ହେବା ଘଟଣାରେ ଭାବ ବିହ୍ୱଳିତ ହୋଇ ଶ୍ୱଶୁର, ଶାଶୁ ଓ ସ୍ୱାମୀ ଶୋଭନଙ୍କୁ ଦେଖାଇଥିଲେ । ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀମାନେ ଉପେନ୍ଦ୍ରଙ୍କ ଘର ସମ୍ମୁଖରେ ଏକତ୍ରିତ ହୋଇଥିଲେ । ସ୍ଥାନୀୟ ପଣ୍ଡିତଙ୍କ ପରାମର୍ଶ କ୍ରମେ ସାରାରାତି ପୂଜାର୍ଚ୍ଚନା କରାଯାଇଥିଲା । ଏପରିକି ବୋହୂ ପୂଜାଙ୍କୁ ପରମଭକ୍ତ ଭାବେ ମଧ୍ୟ ଗ୍ରାମବାସୀମାନେ ସମ୍ମାନ କରିଥିଲେ । ଏହି ଘଟଣାରେ ସରପଦା ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.