Home ଜିଲ୍ଲା ପରିକ୍ରମା ପବିତ୍ର ରାମ ନବମୀ ଅବସରରେ ଧାମରା ଗୈରିକ ମୟ

ପବିତ୍ର ରାମ ନବମୀ ଅବସରରେ ଧାମରା ଗୈରିକ ମୟ

19

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ରାମ ନବମୀ ଅବସରରେ ଧାମରା ଗୈରିକ ମୟ ହୋଇପଡିଛି। ଏହି ଅବସରରେ ଧାମରା ବଜାର ଠାରୁ ଆରମ୍ଭ କରି ଧାମରା ୮ ପଂଚାୟତରେ ଶ୍ରୀରାମ ନବମୀ ଅବସରରେ ସମସ୍ତ ଅଂଚଳରେ ଗୈରିକ ପତାକା ପୁର ପଲ୍ଲୀରେ ଛାଇ ଯାଇଥିବା ବେଳେ ସମସ୍ତ ଅଂଚଳରେ ଶ୍ରୀରାମ ଧ୍ୱନି ମଧ୍ୟରେ ଉତ୍ସବ ମୁଖର ହୋଇ ପଡିଛି। ଏହି ପବିତ୍ର ଦିବସ ଅବସରରେ ସତ୍ୟ ଧମ ର୍ଓ ନ୍ୟାୟରେ ଚାଲିବା ପାଇଁ ସମସ୍ତେ ପ୍ରେରଣା ପାଇଥାନ୍ତି। ପୁରଷୋତମ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କ ସଂପୂର୍ଣ ଜୀବନ ମାନବ ଜାତି ପାଇଁ ଉତ୍ସଗୀକୃତ ଥିବା ବେଳେ ଆଜିର ଏହି ନବମୀ ଅବସରରେ ଧାମରାର ପ୍ରତିଷ୍ଠିତ ଦେବୀ ମା ଧାମରାଇଙ୍କ ମନ୍ଦିର ନିକଟରୁ ଏକ ଭବ୍ୟ ରଥ ବାହାରି ଧାମରା, ଜାଗୁଳା, କଇଥଖୋଲା, କରଞମାଳ, କରଣପଲ୍ଲୀ,ବାଂଶଡା ଏବଂ ଦୋସିଙ୍ଗା ପଂଚାୟତ ଅତିକ୍ରମ କରିବା ପରେ ଭଦ୍ରକ ଅଭିମୁଖେ ଯାତ୍ରା କରିଥିଲା। ପୁରପଲ୍ଲୀରେ ଶ୍ରୀରାମ ନାରା ଏବଂ ଶୁଭଶଙ୍ଖ ର ତାଳେ ତାଳେ ଜୟଶ୍ରୀ ରାମ ଏବଂ ଜୟ ହନୁମାନ ଲେଖା ସମ୍ବଳିତ ପତାକା ଧରି ଶ୍ରୀ ରାମ ଭକ୍ତ ମାନେ ଏହି ଯାତ୍ରାରେ ଯୋଗ ଦେଇଥିଲେ।ଏହି ପବିତ୍ର ରଥ ସହ ଧାମରା ଅଂଚଳର ତ୍ରିଦିବେଶ ପ୍ରଧାନ, ପାପା ଜେନାଙ୍କ ସହ ଶତାଧିକ ରାମ ଭକ୍ତ ମାନେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.