ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ଧନୁ ମୁଁଆଭୋଗ। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବା ସହ ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି, ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇଥିଲା। ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ଭୋଗରେ ଧନୁମୁଁଆ ଲାଗି କରାଯାଇଥିଲା। ପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଧାଡ଼ିରେ ଯାଇ ଦର୍ଶନ କରିବା ସହ ଧନୁ ମୁଁଆ ଭୋଗ ଲାଗି କରିଥିଲେ। ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ପବିତ୍ର ଧନୁ ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଲାଗି ହେଲା ଧନୁ ମୁଁଆଭୋଗ, ଧାଡ଼ି ଦର୍ଶନରେ ବାବାଙ୍କୁ ଦର୍ଶନ...








