Home କେନ୍ଦ୍ରାପଡ଼ା ପବନ ବର୍ଷାରେ ଜିଲ୍ଲାର ହଜାର ହଜାର ଏକର ଜମି ଜଳମଗ୍ନ

ପବନ ବର୍ଷାରେ ଜିଲ୍ଲାର ହଜାର ହଜାର ଏକର ଜମି ଜଳମଗ୍ନ

58

କେନ୍ଦ୍ରାପଡ଼ା, ୪ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଶୁକ୍ରବାର ରାତିରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାରେ ୧୧୩ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି। ସେଥିମଧ୍ୟରୁ କେନ୍ଦ୍ରାପଡା ବ୍ଲକରେ ୧୨ମି.ମି. ବର୍ଷା ହୋଇଥିବା ବେଳ ଡେରାବିଶ୍ ବ୍ଲକରେ ୧୩ମି.ମି., ପଟ୍ଟାମୁଣ୍ଡାଇ ବ୍ଲକରେ ୧୩ମି.ମି., ମାର୍ଶାଘାଇ ବ୍ଲକରେ ୨୨ମି.ମି., ମହାକାଳପଡା ବ୍ଲକରେ ୨୫ମି.ମି., ଆଳି ବ୍ଲକରେ ୪ମି.ମି., ରାଜକନିକା ବ୍ଲକରେ ୭ମି.ମି. ଓ ରାଜନଗର ବ୍ଲକରେ ୧୭ମି.ମି. ବର୍ଷା ହୋଇଥିବା ବେଳେ ଗରଦପୁର ବ୍ଲକରେ ଆଦୌ ବର୍ଷା ହୋଇନଥିବା ଜିଲ୍ଲା ଜରୁରୀ ବିଭାଗରୁ ସୂଚନା ମିଳିଛି। ସେହିପରି ତଳିଆ ଅଞ୍ଚଳରୁ ଏବଂ ପାଣି ଘେରରୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳରେ ବିପନ୍ନ ମାନଙ୍କୁ ଆଶ୍ରୟ ଦେବା ପାଇଁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୪୮୨ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ହୋଇଥିବା ସୂଚନା ଦିଆଯାଇଛି। ସେଥି ମଧ୍ୟରୁ ୨୧୫ଟି ବାତ୍ୟା ଆଶ୍ରୟ ସ୍ଥଳ ହୋଇଥିବା ବେଳେ ୨୬୭ଟି ବିଭିନ୍ନ ବିଦ୍ୟାଳୟ ରହିଛି। ସାରା ଜିଲ୍ଲାରେ ଏକମାତ୍ର ଡେରାବିଶ ବ୍ଲକ ଅନ୍ତର୍ଗତ ଗୁଆଳସିଂ ଗ୍ରାମର ବିଦ୍ୟାଳୟରେ ପ୍ରଥମ କରି ଆଜି ଗୋଟିଏ ମାଗଣା ଭୋଜନ କେନ୍ଦ୍ର ଖୋଲାଯାଇଥିବା ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗୋଟିଏ ଏନଡିଆରଏଫ ଟିମ୍ ଶୁକ୍ରବାର କେନ୍ଦ୍ରାପଡାରେ ପହଞ୍ôଚଛି। ସ୍ୱତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଏହି ଟିମ୍‌କୁ କେନ୍ଦ୍ରାପଡାକୁ ପଠାଇଛନ୍ତି। କେନ୍ଦ୍ରାପଡାରେ ପହଞ୍ôଚବା ପରେ ଏହି ଟିମ୍‌ଟିକୁ ପଟ୍ଟାମୁଣ୍ଡାଇକୁ ପଠାଇ ଦିଆଯାଇଛି। ପଟ୍ଟାମୁଣ୍ଡାଇ ବି.ଡି.ଓଙ୍କ ଅଧିନରେ ଏହି ଟିମ୍‌ଟି ଜାୱାଦ ବାତ୍ୟାଞ୍ଚଳରେ ଉଦ୍ଧାର, ପୁନର୍ଗଠନ ଏବଂ ରିଲିଫ ବିତରଣ କାର୍ଯ୍ୟରେ ନିୟୋଜିତ ହେବ। କମାଣ୍ଡାଣ୍ଟ ନରେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଏହି ଟିମ୍ ବାତ୍ୟାଞ୍ଚଳରେ କାର୍ଯ୍ୟ କରିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି। ଶୁକ୍ରବାର ରାତିର ଲଗାଣ ବର୍ଷା ଫଳରେ ଚାଷଜମି ଗୁଡିକରେ ପାଚି ଛିଡା ହୋଇଥିବା ହଜାର ହଜାର ଏକର ଜମିର ଧାନ ଫସଲ ପାଣିରେ ବୁଡିଯାଇଛି। ମାସକ ପରେ ଏହି ଧାନ ଅମଳ ହୋଇଥାନ୍ତା। ତଳିଆ ଅଞ୍ଚଳରୁ ଅଧା ପାଚିଲା ଧାନ ଫସଲକୁ ଚାଷୀମାନେ କାଟି ନେଉଛନ୍ତି। ୧୫ ଦିନ ତଳେ ଯେଉଁ ବର୍ଷା ହୋଇଥିଲା ସେହି ବର୍ଷା ପାଣି ଯୋଗୁ ବହୁ ଜମିର ପାଚିଲା ଧାନ କଟାଯାଇ ପାରିନଥିଲା। ସେହି ଧାନ ଗଛ ସବୁ ପାଣି ଉପରେ ଶୋଇପଡିଛି। ଅଧିକ ବର୍ଷା ହେଲେ ସେହି ଧାନ ଫସଲ ସମୂଳେ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ଶନିବାର ମଧ୍ୟାହ୍ନରୁ ବର୍ଷା ଛାଡି ଯାଇଥିଲେ ମଧ୍ୟ ଆକାଶ ମେଘାଛନ୍ନ ଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.