Home କେନ୍ଦୁଝର ପନ୍ଦାଡୋରେ ବିଜେପିର ମିଶ୍ରଣ ପର୍ବ

ପନ୍ଦାଡୋରେ ବିଜେପିର ମିଶ୍ରଣ ପର୍ବ

102

ହାଟଡିହି- ୧୧ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପନ୍ଦାଡୋ ଠାରେ ଆଜି ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପନ୍ଦାଡୋ ପଞ୍ଚାୟତର ୩୦ରୁ ଉର୍ଦ୍ଧ ଭିନ୍ନ ଦଳର କର୍ମୀମାନେ ଭାରତୀୟ ଜନତାପାର୍ଟିରେ ସାମିଲ ହୋଇଛନ୍ତି । ପନ୍ଦାଡୋ ପଞ୍ଚାୟତର ବିଜେପି ପ୍ରମୁଖ ରାଜକିଶୋର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଆଲୋକ ସେଠୀଙ୍କ ନେତୃତ୍ୱକୁ ସମର୍ଥନ କରି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଲକ୍ଷ୍ମୀଧର ନାୟକ, କୋଦଣ୍ଡ ଜେନା, ରଞ୍ଜନ ଜେନା, ବିପିନି ଜେନା, ଗୋଲଖ ବଳ, ଲକ୍ଷ୍ମୀଧର ବେହେରା, ଝୁରା ମୁଣ୍ଡା, ବାଗୁନୁ ମୁଣ୍ଡା, ରଘୁନାଥ ଜେନା, କେଶବ ବେହେରା, ହରିଶ୍ଚନ୍ଦ୍ର ରାଉତ, ଦୀପକ ପାତ୍ର, ଅତିଶ ବଳ, ନରହରି ଧଳ, ଗୟାଧର ଜେନା, ଚନ୍ଦ୍ର ଶେଖର ପାତ୍ର, ଉଦୟନାଥ ପାତ୍ର, କହ୍ନେଇ ରାଉତ, କାଳନ୍ଦୀ ଜେନାଙ୍କ ସମେତ ୩୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ । ଉପସ୍ଥିତ ବିଜେପିର ନେତୃବୃନ୍ଦ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏଥିରେ ହାଟଡିହି ମଣ୍ଡଳ ସଭାପତି କୈଳାଶ ସାମଲ, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଧାନସଭା ସଂଯୋଜକ ସୁଶାନ୍ତ ଜେନା, ବରିଷ୍ଠ ନେତା ଫକିର ମୋହନ ବେହେରା, ଦୀପକ ଜେନା, କ୍ୟଷ୍ଣ ଜେନା, ସୁଶାନ୍ତ ଜେନା, ପ୍ରମୋଦ ଧଳ, ବାବୁଲା ଜେନା, ମୁଳିଆ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.