ନୂଆଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାର୍ଜୀ ମଙ୍ଗଳବାର ଦିନ ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ପଦ୍ମ ଭୂଷଣ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ର ପୂର୍ବତନ ସଦସ୍ୟ ତଥା ଭେଟେରାନ୍ ରାଜନେତା ଭଟ୍ଟାଚାର୍ଜୀ ୨୦୦୨ ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ।
ଏକ ବିବୃତ୍ତିରେ ସେ କହିଛନ୍ତି, “ପଦ୍ମ ଭୂଷଣ ପୁରସ୍କାର ବିଷୟରେ ମୁଁ କିଛି ଜାଣେ ନାହିଁ, ମୋତେ ଏ ବିଷୟରେ କେହି କହି ନାହାଁନ୍ତି। ଯଦି ମୋତେ ପଦ୍ମ ଭୂଷଣ ପୁରସ୍କୃତ କରାଯାଇଛି ତେବେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରୁଛି।”