Home ଜିଲ୍ଲା ପରିକ୍ରମା ପଦ୍ମାବତୀ ସଂଯୁକ୍ତ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ

ପଦ୍ମାବତୀ ସଂଯୁକ୍ତ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ

1

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଯେକୌଣସି ଶିକ୍ଷାନୁଷ୍ଠାନ ଏକ ମଣିଷ ତିଆରି କାରଖାନା। ସେଠାରେ ଆଗାମୀ କାଲିର ଆଶା ଭରସାର ପ୍ରତୀକ ସୁନାଗରିକମାନେ ତିଆରି ହୁଅନ୍ତି। ପୁଣି ଗ୍ରାମାଞ୍ଚଳର ଶିକ୍ଷାନୁଷ୍ଠାନରେ ଉତ୍ତମ ଶୈକ୍ଷିକ ବାତାବରଣ ସହ ଛାତ୍ର-ଶିକ୍ଷକ ସୌହାର୍ଦ୍ଦ୍ୟ ଓ ଆନ୍ତରିକତା ଅତୁଟ ଥାଏ। ପଦ୍ମାବତୀ ସଂଯୁକ୍ତ ଉଚ୍ଚବିଦ୍ୟାଳୟ, ଏରଡାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁସାହିତ୍ୟିକ ପବିତ୍ର ପାଣିଗ୍ରାହୀ ଏବଂ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୁଧୀର ମୁଦୁଲି ଯୋଗଦେଇ ମତ ବ୍ୟକ୍ତ କରିଛନ୍ତି। ପ୍ରଧାନ ଶିକ୍ଷକ ଭଗବାନ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଦାସ, କବି ସୁଚିତ୍ରା ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ସରସ୍ୱତୀ ସାହୁ, ସମିତି ସଭ୍ୟା ପୁଷ୍ପାରାଣୀ ବଳ, ପୁରାତନ ଛାତ୍ର ସଂସଦ ସଭାପତି ତ୍ରିଦିବ ନାୟକ, ପରିଚାଳନା କମିଟି ସଭାପତି ଶମ୍ଭୁନାଥ ସାହୁ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୃତ୍ତିବାସ ନାୟକ ସମ୍ମାନିତ ଅତିଥି ଯୂପେ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ବିଦାୟୀ କର୍ମଚାରୀ ମୂରଲୀଧର ସାମଲଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କୃତି ଛାତ୍ର/ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗ୍ରାମର ପ୍ରମୁଖ ଦିବଂଗତ ବ୍ୟକ୍ତିଙ୍କ ସ୍ମୃତିରେ ଅର୍ଥ ପୁରସ୍କାର ସହ ସ୍ମାରକୀ ମେଧା ସମ୍ମାନ ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବରେ ସ୍ନିଗ୍ଧାରାଣୀ ଜେନା ବାର୍ଷିକ ବିବରଣୀ ପାଠ କରିଥିବାବେଳେ, ଜୟନ୍ତଲାଲ୍ ଗିରି ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ନିର୍ମଳ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ତର୍ଯ୍ୟାମି ନାୟକ, ଅଜୟ କୁମାର ସେଠୀ, ମଧୁସ୍ମିତା ନାୟକ, ପ୍ରମିଳା ବିଶ୍ୱାଳ, ଅଲିଭା ଦାସ, ମମତା ପାଢୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.