Home ଜିଲ୍ଲା ପରିକ୍ରମା ପଥରଖଣି ପଛପଟୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ହତ୍ୟା ଅଭିଯୋଗ

ପଥରଖଣି ପଛପଟୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ହତ୍ୟା ଅଭିଯୋଗ

41

ନୟାଗଡ ୨୨/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ମୟୁରଝାଲିଆ ମାଙ୍କଡା ପଥରଖଣି ପଛପଟୁ ଜଣେ ଯୁବକର ଝୁଲନ୍ତା ଶବ ଫେବୃୟାରୀ ୨୨ ତାରିଖ ଅପରାହ୍ନ ୪ ଘଟିକା ସମୟରେ ମିଳିଥିବା ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି ରାଜ ଜଙ୍କିଆ ଗ୍ରାମର ପବିତ୍ର ରଣବିଜୁଳି ଙ୍କ ସାନପୁଅ ବିବେକାନନ୍ଦ ରଣବିଜୁଳି (୨୪)। ଯୁବକ ଜଣଙ୍କ ଫେବୃୟାରୀ ୨୧ ତାରିଖ ବିଦା ୧୨ ଘଟିକା ସମୟରୁ ଘରୁ ଗାଧୋଇବାକୁ ବାହାରି ଆସି ଆଉ ଘରକୁ ଫେରିନଥିଲେ। ତାପରଠାରୁ ତାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲା। ୨୨ ତାରିଖ ଅପରାହ୍ନରେ ତାଙ୍କ ପରିବାର ବର୍ଗ ଖବର ପାଇଲେ ଯେ ପଥର ଖଣି ପଛପଟେ ତାଙ୍କ ପୁଅର ଶବ ଏକ କାଜୁଗଛରେ ଝୁଲୁଛି। ଏ ଖବର ପାଇ ଚାନ୍ଦପୁର ପୋଲିସ ଉପ ନିରୀକ୍ଷକ ଅଞ୍ଜଳି ସା, ରଣପୁର ଥାନା ଉପନିରୀକ୍ଷକ ପୁରୁଷୋତ୍ତମ ପ୍ରଧାନ, ମାଜିଷ୍ଟ୍ରେଟ୍ ଭାବରେ ରଣପୁର ବି ଡି ଓ ଋତୁପର୍ଣ୍ଣା ମହାପାତ୍ର ଘଟଣାସ୍ଥଳରେ ପହଂଚିଥିଲେ।

କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ବିରୋଧି ବିଜୁ ଜନତା ଦଳର କିଛି କର୍ମୀ ଯୁବକଙ୍କ ପରିବାର ଓ ଯୁବକଙ୍କୁ ହତ୍ୟା ଧମକ ଦେଇଥିବା ଯୋଗୁଁ ବିବେକାନନ୍ଦ କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ଭାରତୀୟ ଜନତା ପାର୍ଟିର ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ସଦଳବଳେ ଘଟଣାସ୍ଥଳରେ ପହଂଚି ମାମଲାର ତଦନ୍ତ ଭାର ଚାନ୍ଦପୁର ଥାନା ନିରୀକ୍ଷକଙ୍କୁ ନଦେବା ଓ ଚାନ୍ଦପୁର ଥାନା ନିରୀକ୍ଷକଙ୍କ ବଦଳି ଦାବି ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରିଥିଲେ। ଘଟଣାସ୍ଥଳକୁ ଶରଣକୁଳ ଅଧିଖଣ୍ଡ ପୋଲିସ ଅଧିକାରୀ କିରଣ ହେମରମ୍ ପହଂଚି ଖବର ଲେଖାହେଲା ବେଳକୁ ବୁଝାସୁଝା ଜାରି ରଖିଥିଲେ। ପ୍ରକାଶ ଥାଉକି ବିବେକାନନ୍ଦ ରଣବିଜୁଳି ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେ ପଞ୍ଚାୟତ ନିର୍ବାଚନରେ ଭୋଟଦେବା ପାଇଁ ଗ୍ରାମକୁ ଆସିଥିଲେ। ଘଟଣାଟି ସମ୍ପୃକ୍ତ ରାଜଜଙ୍କିଆ ପଞ୍ଚାୟତରେ ଆଲୋଡନ ସୃଷ୍ଟି କରିଛି। ଖବର ଲେଖାହେଲା ବେଳକୁ ଶବ ଜବତ ନହୋଇ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.