Home ଜିଲ୍ଲା ପରିକ୍ରମା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀରେ ଦେବାଶିଷ ପାଇଲେ ‘ତଥାସ୍ତୁ ସାହିତ୍ୟ ସମ୍ମାନ’

ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀରେ ଦେବାଶିଷ ପାଇଲେ ‘ତଥାସ୍ତୁ ସାହିତ୍ୟ ସମ୍ମାନ’

148

ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସାରସ୍ୱତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ସାହିତ୍ୟ ଅନୁଷ୍ଠାନ ତଥାସ୍ତୁ ପକ୍ଷରୁ ପାଳିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ସଭାପତିତ୍ୱରେ ଭିସି ମାଧ୍ୟମରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ମୁଖ୍ରଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ନୟାଗଡ଼ ସଦସ୍ୟ ଅଶୋକ କୁମାର ନାୟକ, ଅଧ୍ୟାପକ ଡ-ଜଗମୋହନ ଆଚାର୍ଯ୍ୟ ମୁଖ୍ୟବକ୍ତାଭାବେ ଯୋଗଦେଇଥିବାବେଳେ ସମାରୋହରେ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲେ। ପଣ୍ଡିତ ବିନାୟକ ମିଶ୍ରଙ୍କ ସାହିତ୍ୟ ଓ ଗବେଷଣା ଓଡ଼ିଶାର ସାହିତ୍ୟ ଜଗତକୁ ଅମୁଲ୍ୟ ଦାନ ବୋଲି କହିବା ସହିତ ସାହିତ୍ୟରେ ରୂଚି ରଖୁଥିବା ସାହିତ୍ୟକମାନଙ୍କୁ ଏହା ନୂତନ ଦିଗଦର୍ଶନ ଦେବ ବୋଲି ଅତିଥିମାନେ ମତବ୍ରକ୍ତ କରିଥିଲେ। ଏହି ପରିପ୍ରେକ୍ଷିରେ ଯୁକ୍ତ ଦୁଇରୁ ଉର୍ଦ୍ଧ୍ୱ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ଓ କବିତା ପାଠ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବକ୍ତୃତା ପ୍ରତିଯୋଗୀତାରେ ୨୨ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ କବିତା ପାଠରେ ୨୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବକ୍ତୃତା ପ୍ରତିଯୋଗୀତାରେ ପ୍ରିତୀପ୍ରଭା ମହାପାତ୍ର ପ୍ରଥମ, ସୃଷ୍ଟି ସୌରଭ ମିଶ୍ର ଦ୍ୱିତୀୟ ଓ ସୃଷ୍ଟି ସମୀକ୍ଷା ଦାଶ ତୃତୀୟ ହୋଇଥିବାବେଳେ କବିତା ପାଠରେ ସୃଷ୍ଟି ସୌରଭ ମିଶ୍ର ପ୍ରଥମ, ଜୀବନ ଜ୍ୟୋତି ଷଡ଼ଙ୍ଗୀ ଓ ସୁନିତା ଗୋଚ୍ଛାୟତ ଦ୍ୱିତୀୟ ଏବଂ ଜ୍ୟୋତିର୍ମୟୀ ମହାପାତ୍ର ତୃତୀୟ ସ୍ଥାନ ପାଇଥିଲେ। ଓଡ଼ିଶାର ବିଶିଷ୍ଟ କଥାକାର ଦେବାଶିଷ ସାମନ୍ତରାୟଙ୍କୁ ‘ତଥାସ୍ତୁ ସାହିତ୍ୟ ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା। ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ହୃଷିକେଶ ଦାଶ, ଦିଲ୍ଲୀପ କୁମାର ସାହୁ, ସୁଦର୍ଶନ ପ୍ରଧାନ, ଗିରୀଶ ରଂଜନ ସାହୁ, ମମତା ମଂଜରୀ ଦେବୀ, ଉର୍ମିିଳାବାଳା ମିଶ୍ର, ବିଜୟ କୁମାର ରଥ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.