ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷା, ସଂସ୍କୃତି, ଗବେଷଣା ଓ ଜ୍ଞାନବିଜ୍ଞାନ ମୁଖ୍ୟତଃ ଏହି ଚାରୋଟିର ଆଧାରରେ ହିଁ ଯେକୌଣସି ଦେଶର ଅଗ୍ରଗତିର ସୂଚକାଙ୍କ ସମ୍ଭବ ହୋଇଥାଏ। ଅଧୁନା ବିଶ୍ୱ ମାନଦଣ୍ଡରେ ଆମ ଦେଶର ଶିକ୍ଷାବ୍ୟବସ୍ଥା ଗୁଣାତ୍ମକତାରେ ଊଣା ହେବା ଅତ୍ୟନ୍ତ ଉଦବେଗର ପ୍ରସଙ୍ଗ ହୋଇଛି। ମନନ, ପଠନ ଓ ଅଧ୍ୟବସାୟ ହେଉଛି ଶିକ୍ଷା ଓ ତପସ୍ୟାର ମୂଳାଧାର। ସବିଶେଷ ଅଧ୍ୟୟନ ଓ ପଠନ ଦ୍ୱାରା ମୌଳିକ ଜ୍ଞାନର ବିକାଶ ହେବା ସହ ଜୀବନକୁ ସ୍ୱୟଂପୂର୍ଣ୍ଣ କରିଥାଏ। ସାଂପ୍ରତିକ ଶିକ୍ଷା କେବଳ ତଥ୍ୟ ଓ ସୂଚନାରେ ସୀମିତ ହେଉଥିବା ବେଳେ ବ୍ୟାପକ ଅଧ୍ୟୟନ ପାଇଁ ପରିସର ସୃଷ୍ଟି ହେବା ଉଚିତ ବୋଲି ଭଦ୍ରକ ମଠସାହି ପଡ଼ିଆରେ ୯ ଦିନ ବ୍ୟାପୀ ଚାଲିଥିବା ତ୍ୟାଗଭୂମି ମହୋତ୍ସବର ଉଦଯାପନ ସନ୍ଧ୍ୟାରେ ଅତିଥି ମତବ୍ୟକ୍ତ କରିଛନ୍ତି। ସନ୍ଧ୍ୟାର ମଂଚ ବିଶିଷ୍ଟ ଶିକ୍ଷାବିତ୍ “ଲାଲମୋହନ ନାୟକ”ଙ୍କ ନାମରେ ଉତ୍ସର୍ଗୀକୃତ ହୋଇଥିଲା। ତ୍ୟାଗଭୂମି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନ ସନ୍ଧ୍ୟାରେ “ସାଂପ୍ରତିକ ଶିକ୍ଷା ଓ ପଠନ ସଂସ୍କୃତି” ଶୀର୍ଷକରେ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ, ବରେଣ୍ୟ ଅତିଥି ଭାବେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଦିଲ୍ଲିପ କୁମାର ରାଉତରାୟ, ମୁଖ୍ୟବକ୍ତା ଭାବେ ପାଳିଆବିନ୍ଧା କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସ, ସମ୍ମାନିତ ବକ୍ତା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ ଦତ, ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରବୀର ଜେନା ଓ ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ଅଭୟ କୁମାର ଦାସ ଯୋଗଦେଇ ପ୍ରସଙ୍ଗର ଭିତିକ ଆଲୋଚନା କରିଥିଲେ। ସଦସ୍ୟ ବାବୁଲାଲ ଦାସ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ଅଶୋକ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଭାତ ବିଜୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଭ୍ୟର୍ଥନା କମିଟି ସଭାପତି ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ଅଧିବକ୍ତା ମନୋରଞ୍ଜନ ଦାସ, ସଂଗଠନ ସମ୍ପାଦକ ସୁଧାକର ରାଉତ, ଡାକ୍ତର ବିକାଶ ନନ୍ଦ, ଡାକ୍ତର ସୁଧୀରଞ୍ଜନ ନାୟକ, ଡାକ୍ତର ଦୁର୍ଯ୍ୟୋଧନ ଦାସ, ଦେବଦର୍ଶନ ଦାସ, ଅଶୋକ ଦ୍ୱିବେଦୀ, ନାରୟଣଚନ୍ଦ୍ର ପାଢ଼ୀ, ପଦ୍ମନ ରାୟ, ବସୁମିତ୍ରା ସାହୁ, ଗୌରାଙ୍ଗ ବାରିକ୍, ସୁଧାକର ରାଉତ, ଇଂ ବସନ୍ତ ପାଣିଗ୍ରାହୀ, ସନାତନ ସାହୁ, ବାଦଲ ମହାପାତ୍ର, ସୀତାକାନ୍ତ ଦାସ,ଆଦିତ୍ୟ କୁମାର ନାୟକ, ସଂଗ୍ରାମ ମହାନ୍ତି, ଶ୍ରୀହର୍ଷ ସ୍ୱାଇଁ, ଡକ୍ଟର ମମତା ସାହୁ, ବିଚିତ୍ରାନନ୍ଦ ମହାନ୍ତି, ଇଂ ଅଖିଳ କୁମାର ପାଢୀ, ଅମରେନ୍ଦ୍ର ବିଶ୍ୱାଳ, ଗୋବର୍ଦ୍ଧନ ସାମଲ, ବିଚିତ୍ରାନନ୍ଦ ମହାନ୍ତି, ସଂଜୟ ମଝି, ହିତେଶ ଗୌରବ, ମନୋରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ସମ୍ପାଦକ ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ।