Home ଜିଲ୍ଲା ପରିକ୍ରମା ପଟିଆ ପାଇକସାହିରେ ଦନ୍ତା ହାତୀ ଆକ୍ରମଣରେ ମହିଳା ଗୁରୁତର

ପଟିଆ ପାଇକସାହିରେ ଦନ୍ତା ହାତୀ ଆକ୍ରମଣରେ ମହିଳା ଗୁରୁତର

32

ନୟାଗଡ଼ ୨୫/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ଓ ଟାଙ୍ଗୀ ବନାଂଚଳରେ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ହାତୀ ମରୁଛି ତ ଆଉ କେତେବେଳେ ମଣିଷ ମରୁଛି। ଅନେକ ସମୟରେ ହାତୀ ଆକ୍ରମଣରେ ମଣିଷ ଗୁରୁତର ହେଉଛି। ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ପଟିଆ ଗ୍ରାମପଞ୍ଚାୟତ ପାଇକସାହି ଗ୍ରାମରେ। ପାଇକସାହି ଗ୍ରାମର ବସନ୍ତ ନାୟକ ଓ ତାଙ୍କ ସ୍ତ୍ରୀ ପଞ୍ଚେଇ ନାୟକ (୫୫) ନିଜ ବାଇଗଣ ପଦାକୁ କାମ କରିବାକୁ ଜୁଲାଇ ୨୫ ତାରିଖରେ ଯାଉଥିଲେ। ସକାଳ ୮ ଘଟିକା ସମୟରେ ଦନ୍ତା ହାତୀ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଆକ୍ରମଣ ପାଇଁ ଗୋଡାଇଥିଲା।

ସ୍ୱାମୀ ବସନ୍ତ ଦଉଡ଼ି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ପଞ୍ଚେଇ ନାୟକ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ପଞ୍ଚେଇ ନାୟକକୁ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା। ଯାହାଫଳରେ ହାତୀ ଦାନ୍ତ ଦ୍ୱାରା ପଞ୍ଚେଇଙ୍କର ଦୁଇ ଗୋଡ଼ରେ ଭିଷଣ ଆଘାତ ଲାଗି ରକ୍ତସ୍ରାବ ଘଟିଥିଲା। ହାତୀଟି ପଳାଇବାରେ ସ୍ଥାନୀୟ ଲୋକେ ପଞ୍ଚେଇ ନିକଟରେ ପହଂଚି ତାକୁ ଉଦ୍ଧାର କରିଥିଲେ। ପଟିଆ ବନପାଳ ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ଆହାତ ପଞ୍ଚେଇକୁ ନିକଟସ୍ଥା ଟାଙ୍ଗୀ ସରକାରୀ ଡାକ୍ତରଖାନା କୁ ନେଇଥିଲେ। ପଞ୍ଚେଇ ଙ୍କ ରକ୍ତଶ୍ରାବ ବନ୍ଦ ନହେବାରୁ ତାଙ୍କୁ ଭୁବନେଶ୍ୱର ଅଧିକ ଚିକିତ୍ସା ପାଇଁ ପଠା ଯାଇଥିବା ଜଣାପଡିଛି। ବନ ବିଭାଗ ଏକ ହଜାର ଟଙ୍କା ସହାୟତା ଦେଇ ଚୁପଚାପ୍ ରହିଥିବା ଅଭିଯୋଗ ହେଉଛି। ପଞ୍ଚେଇ ପରିବାର ନିରିହ ଗରିବ ହୋଇଥିବାରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବନ ବିଭାଗ ଦେବାପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.