Home ଓଡ଼ିଶା ପଟିଆ ଗ୍ରାମପଞ୍ଚାୟତ ରେ କୋଭିଡ୍ ରିଲିଫ୍ ବଣ୍ଟନ

ପଟିଆ ଗ୍ରାମପଞ୍ଚାୟତ ରେ କୋଭିଡ୍ ରିଲିଫ୍ ବଣ୍ଟନ

171

ନୟାଗଡ/୧୩/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକର ଅନୁନ୍ନତ ଆଦିବାସୀ ଅଧ୍ୟୁଷିତ ଅଂଚଳ ହେଉଛି ପଟିଆ ଗ୍ରାମପଞ୍ଚାୟତ । ଏହି ପଞ୍ଚାୟତର ଶତକଡା ୭୦ଭାଗ ପାଖାପାଖି ହେଉଛନ୍ତି ଆଦିବାସୀ  । ସେମାନଙ୍କ ମଧ୍ୟରୁ ଅଧିକାଶଂ ଦିନ ମଜୁରିଆ ଓ ଖଟିଖିଆ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଇ ଜିବିକା ନିର୍ବାହ କରିଥାନ୍ତି । କୋଭିଡ୍ ସେମାନଙ୍କ କାମ ଧନ୍ଦା ଛଡାଇନେବା ସହ ଦୁଃଖ ଆଣି ଦେଇଛି  ।

ମିନା ପାତ୍ର ଫାଉଣ୍ଡେସନ୍ ତରଫରୁ ଏହି ପଟିଆ ଗ୍ରାମପଂଚାୟତରେ ରିଲିଫ୍ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି  । ପ୍ରତ୍ୟେକ ପରିବାର ପାଇଁ ସାବୁନ୍‌, ସାନିଟାଇଜ୍‌ର ସହ ଆଳୁ ,ପିଆଜ, ଚୂଡା,ଚିନି ,ଡାଲି, ତେଲ, ଅମୁଲ୍‌,ଚା ପତି, ବିସ୍କୁଟ୍ ଓ ମିକ୍ସଚର୍ ବଣ୍ଟା ଯାଉଥିବା ଜଣାପଡିଛି । କଣ୍ଟାସିରି ଗ୍ରାମର ୩୧ ପରିବାର , ପାଇକ ସାହିର ୧୦୧ ପରିବାର , ଜିରିପଡାର ୧୩୬ ପରିବାର ରିଲିଫ୍ ବଣ୍ଟାଯାଇଥିବା ବେଳେ ନଭେମ୍ବର ୧୩ ତାରିଖ ଦିନ କେନ୍ଦୁଆ ର ୭୫ ଗୋଟି ପରିବାରକୁ ରିଲିଫ୍ ବଣ୍ଟନ କରାଯାଇଥିବା ଜଣାପଡିଛି । ମିନା ପାତ୍ର ଫାଉଣ୍ଡେସନ୍ ତରଫରୁ ବେଣୁଧର ରଣା ଓ ଚିତ୍ତରଞ୍ଜନ ମହାନ୍ତି  ଏହି ରିଲିଫ୍ ବଣ୍ଟନରେ ସହଯୋଗ କରିଥିଲେ  । ପଟିଆ ପଂଚାୟତ ସାରା ଏହି ରିଲିଫ୍ ବଣ୍ଟନ କରାଯିବ ବୋଲି ମିନା ପାତ୍ର ଫାଉଣ୍ଡେସନ୍ ତରଫରୁ ବେଣୁଧର ରଣା ସୂଚନା ଦେଇଛନ୍ତି  ।  ରିଲିଫ୍ ନେଉଥିବା ପରିବାର ମିନା ପାତ୍ର ଫାଉଣ୍ଡେସନ୍ ପ୍ରତି କୃତଜ୍ଞତା ପ୍ରଦାନ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.