Home Top News ପଞ୍ଜାବରେ କିଏ କରିବ ସରକାର ଗଠନ ? ବିଜେପି, ଅକାଳି ଏବଂ କଂଗ୍ରେସ ମଧ୍ୟରୁ କାହାକୁ...

ପଞ୍ଜାବରେ କିଏ କରିବ ସରକାର ଗଠନ ? ବିଜେପି, ଅକାଳି ଏବଂ କଂଗ୍ରେସ ମଧ୍ୟରୁ କାହାକୁ ମିଳିବ କେତେ ଆସନ ଜାଣନ୍ତୁ

122

ନୂଆ ଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ଏବିପି ନ୍ୟୁଜ ଏବଂ ସି-ଭୋଟରର ଏକ୍ଜିଟ୍ ପୋଲ୍ ଫଳାଫଳ ଆସିଯାଇଛି। ତେବେ ଏହି ସର୍ଭେ ଅନୁଯାୟୀ, ପଞ୍ଜାବରେ କିଏ କରିବ ସରକା ଗଠନ ଜାଣନ୍ତୁ

ଗତ ଦିନରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୦ ରେ ଫଳାଫଳ ଘୋଷଣା ହେବ। କିନ୍ତୁ ଏହା ପୂର୍ବରୁ, ଏବିପି ନ୍ୟୁଜ୍ – ସି ଭୋଟରର ଏକ୍ଜିଟ ପୋଲ ଆସିଛି।

ଏକ୍ଜିଟ୍ ପୋଲ୍ ଆକଳନରେ ଆମ୍ ଆଦମୀ ପାର୍ଟିକୁ ସର୍ବାଧିକ ଭୋଟ୍ ମିଳିବ ବୋଲି ଆଶା କରାଯାଉଛି। ତେବେ ଆମ୍ ଆଦମୀ ପାର୍ଟିକୁ ୩୯.୧ ପ୍ରତିଶତ ଭୋଟ୍ ମିଳିପାରେ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ କଂଗ୍ରେସକୁ ୨୬.୭ ପ୍ରତିଶତ, ଶିରୋମଣି ଅକାଳି ଦଳକୁ ୨୦.୭ ପ୍ରତିଶତ, ବିଜେପି ମିଳିତ ମଞ୍ଚକୁ ୯.୬ ପ୍ରତିଶତ ଏବଂ ଅନ୍ୟଙ୍କୁ ୩.୮ ପ୍ରତିଶତ ଭୋଟ ମିଳିପାରେ।

ତେବେ ଏବିପି ନ୍ୟୁଜ୍ ସି ଭୋଟର ଏକଜିଟ୍ ପୋଲ ଅନୁଯାୟୀ, ଆମ୍ ଆଦମୀ ପାର୍ଟି ପଞ୍ଜାବରେ ସବୁଠୁ ବଡ ଦଳ ଭାବରେ ଉଭା ହୋଇପାରେ ଏବଂ ଏହା ମଧ୍ୟ ରାଜ୍ୟରେ ସରକାର ଗଠନ କରିପାରେ। ଏକଜିଟ୍ ପୋଲ ଅନୁଯାୟୀ ଆମ୍ ଆଦମୀ ପାର୍ଟିକୁ ୫୧ ରୁ ୬୧ ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ କଂଗ୍ରେସକୁ ୨୨ ରୁ ୨୮, ଶିରୋମଣି ଅକାଳି ଦଳକୁ ୨୦ ରୁ ୨୬, ବିଜେପି ମିଳିତ ମଞ୍ଚ ୭ ରୁ ୧୩ ଏବଂ ଅନ୍ୟଙ୍କୁ ୧ ରୁ ୫ ମଧ୍ୟରେ ଆସନ ମିଳିପାରେ ବୋଲି ଆଶା କରାଯାଉଛି।

୨୦୧୭ ଫଳାଫଳଗୁଡିକରେ କିଏ ଭୋଟ୍ ପ୍ରତିଶତ ପାଇଛି।

୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସର୍ବାଧିକ ୩୮.୫ ପ୍ରତିଶତ ଭୋଟ୍ ମିଳିଥିଲା। ଶିରୋମଣି ଅକାଳି ଦଳକୁ ଗଠବନ୍ଧନରେ ୨୫.୨ ପ୍ରତିଶତ, ଆମ୍ ଆଦମୀ ପାର୍ଟିକୁ ୨୩.୭ ପ୍ରତିଶତ, ବିଜେପି ମିଳିତ ମଞ୍ଚକୁ ୫.୭ ପ୍ରତିଶତ ଏବଂ ଅନ୍ୟଙ୍କୁ ୭.୨ ପ୍ରତିଶତ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.