Home Top News ପଞ୍ଚାୟତ ନିର୍ବାଚନ ପୂର୍ବରୁ ୩୫୦ କୋଟି ଟଙ୍କାର କୋଭିଡ୍ ସହାୟତା ଆର୍ଥିକ ପ୍ୟାକେଜ ଘୋଷଣା କଲେ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ୩୫୦ କୋଟି ଟଙ୍କାର କୋଭିଡ୍ ସହାୟତା ଆର୍ଥିକ ପ୍ୟାକେଜ ଘୋଷଣା କଲେ ସରକାର

114

ଭୁବନେଶ୍ୱର ୨୧ -୧୨ (ଓଡ଼ିଆ ପୁଅ) ପଂଚାୟତ ନିର୍ବାଚନ ଘୋଷଣା ପୂର୍ବରୁ ରାଜ୍ୟର ରେସନ କାର୍ଡଧାରୀ ଅର୍ଥାତ୍ ୩.୫ କୋଟି ଲୋକଙ୍କୁ ମିଳିବ ଆର୍ଥିକ ସହାୟତା।

ଏହା ଫଳରେ ରାଜ୍ୟର ରେସନ କାର୍ଡଧାରୀ ପରିବାର ପାଇବେ ୧ ହଜାର ଟଙ୍କାର କୋଭିଡ ସହାୟତା।

ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଆରମ୍ଭ ହେବାର ୭ ଦିନ ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.