Home Top News ପଞ୍ଚାୟତ ନିର୍ବାଚନ: ତୃତୀୟ ଦିନ : ନାମାଙ୍କନ ଭରିଲେ ୫୨ ହଜାର ୮୬୮ ପ୍ରାର୍ଥୀ

ପଞ୍ଚାୟତ ନିର୍ବାଚନ: ତୃତୀୟ ଦିନ : ନାମାଙ୍କନ ଭରିଲେ ୫୨ ହଜାର ୮୬୮ ପ୍ରାର୍ଥୀ

40

ଭୁବନେଶ୍ୱର ୧୯-୧ (ଓଡ଼ିଆ ପୁଅ) ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନର ଆଜି ତୃତୀୟ ଦିନ। ଆଜି ଏହି ନିର୍ବାଚନରେ ପ୍ରାର୍ଥୀ ହେବାପାଇଁ ନାମାଙ୍କନ ଭରିଛନ୍ତି ୫୨ ହଜାର ୮୬୮ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୩୭, ୨୩୨ ୱାର୍ଡ ମେମ୍ବର, ୮୯୪୭ ସରପଞ୍ଚ ସମିତି ସଭ୍ୟ ପାଇଁ ୬୨୦୫ ଓ ଜିଲ୍ଲା ପରିଷଦ ପାଇଁ ୪୮୪ ଜଣ କଛନ୍ତି ନାମାଙ୍କନ। ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟଯେ, ପ୍ରଥମ ଦିନରେ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଗତକାଲି ଦ୍ବିତୀୟ ଦିନରେ ୩ ହଜାର ୩୫୬ ପ୍ରାର୍ଥୀ ନାମାଙ୍କନ ଭରିଥିଲେ।

ଅପର ପକ୍ଷରେ ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିସନ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ଓ ତଦନୁସାରେ ଆସନ୍ତା ଫେବ୍ରୁ ଆରି ୧୬ ତାରିଖଠାରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା କିମ୍ବା ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ ହେବା ଉପରେ ନିଷେଧାଦେଶ ଜାରି କରାଯାଇଛିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.