Home ଓଡ଼ିଶା  ପଞ୍ଚାୟତ ଖାଉଟି ଚାଉଳ ଚୋରୀ ଅଭିଯୋଗରେ ଜଣେ ଗିରଫ

 ପଞ୍ଚାୟତ ଖାଉଟି ଚାଉଳ ଚୋରୀ ଅଭିଯୋଗରେ ଜଣେ ଗିରଫ

64

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୧୧-  ନୟାଗଡ ଜିଲ୍ଲା  ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗି ଗ୍ରାମପଞ୍ଚାୟତ ଗୋଦାମ ଗୃହ ରୁ ଖାଉଟି ଙ୍କ ପାଇଁ ଗଚ୍ଛିତ ଥିବା ଚାଉଳ ଗତ ତା ୦୩ ମେ ୨୦୨୧ ମସିହା ରାତି ୮ ଘଟିକା ୩୦ ମିନିଟ୍ ସମୟରେ  ଚୋରୀ ହୋଇଥିଲା । ଯାହାର ଏକ ଫଟୋ ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା । ଯାହାକୁ ନେଇ ନୟାଗଡ ମାନ୍ୟବର ଜିଲ୍ଲାପାଳ ବ୍ଲକ କର୍ତ୍ତୁପକ୍ଷ ଙ୍କୁ ଥାନା ରେ ଏକ ମାମଲା ରୁଜୁ ପାଇଁ ନିର୍ଦେଶ ଦେଇଥିଲେ । ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ  ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ।

ଚାଉଳ ଚୋରୀ କରି ବୋହିନେଉଥିବା ଅଭିଯୋଗରେ କେରଣ୍ଡାଟାଙ୍ଗି ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦଳେଇ ନାମକ ଜଣେ ଯୁବକ କୁ ପୋଲିସ ଗିରଫ କରି କୋର୍ଟ  ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଛି । ଅନ୍ୟତମ ଅଭିଯୁକ୍ତ କେଦାର ସ୍ୱାଇଁ ଓ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ୍ ବେହେରାଙ୍କ ନାମରେ ମାମଲା ଥିବା ଚାନ୍ଦପୁର ପୋଲିସ ସୂଚନା ଦେଇଛି । ଏଥିରେ ସରପଞ୍ଚ ଙ୍କ କାର୍ଯ୍ୟକଳାପ କୁ ନେଇ ମଧ୍ୟ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.