Home ଜିଲ୍ଲା ପରିକ୍ରମା ପଂଚୁଟିକ୍ରି ପଂଚାୟତକୁ ସର୍ବାଙ୍ଗ ସୁନ୍ଦର କରିବା ଲକ୍ଷ୍ୟରେ ନେତୃବୃନ୍ଦ

ପଂଚୁଟିକ୍ରି ପଂଚାୟତକୁ ସର୍ବାଙ୍ଗ ସୁନ୍ଦର କରିବା ଲକ୍ଷ୍ୟରେ ନେତୃବୃନ୍ଦ

20

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ୫ନଂ ଜୋନ ଜିଲ୍ଲା ପରିଷଦରେ ଥିବା ପଂଚୁଟିକ୍ରି ପଂଚାୟତକୁ ସର୍ବାଙ୍ଗ ସୁନ୍ଦର କରିବା ଲକ୍ଷ୍ୟରେ ଚାଲିଛନ୍ତି ଜନ ପ୍ରତିନିଧି। ୭ହଜାର ଜନସଂଖ୍ୟା ବିଶିଷ୍ଟ ପଂଚାୟତକୁ ଚାନ୍ଦବାଲି ନିର୍ବାଚନ ମ଼ଣ୍ଡଳୀ ମଧ୍ୟରେ ସର୍ବଶ୍ରେଷ୍ଠ କରିବା ଲକ୍ଷ୍ୟ ନେଇ ଚଳିତ ପଂଚାୟତ ନିର୍ବାଚନ ରଣାଙ୍ଗନାରେ ଭାଗ ନେଇଥିବା ପ୍ରାଥୀ ମାନେ ଭୋଟ ଭିକ୍ଷା କରୁଛନ୍ତି। ୧୯୯୨ ମସିହାରେ ପଂଚାୟତର ମାନ୍ୟତା ପାଇଥିବା ପଂଚୁଟିକ୍ରି ପଂଚାୟତକୁ ଇତି ମଧ୍ୟରେ ୩୦ବର୍ଷ ବିତିଯାଇଛି। ଦୀର୍ଘ ୨୫ବର୍ଷ ମଧ୍ୟରେ ପଂଚୁଟିକ୍ରି ପଂଚାୟତକୁ ଯେତିକି ସଫଳତା ମିଳି ପାରି ନଥିଲା ଗତ ୫ବର୍ଷ ମଧ୍ୟରେ ଏହି ପଂଚାୟତ ସଫଳତାର ଶୋପାନ ଉପରେ ଶୋପାନ ଅତିକ୍ରମ କରି ଚାଲିଛି ବୋଲି ପଂଚୁଟିକ୍ରି ପଂଚାୟତର ବହୁ ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି। ୧୬ଟି ରାଜସ୍ୱ ଗ୍ରାମକୁ ନେଇ ଏହି ପଂଚାୟତ ଗଠନ ହୋଇଥିବା ବେଳେ ଏହି ପଂଚାୟତରେ ସମୁଦାୟ ଜନସଂଖ୍ୟା ୭ହଜାର। ୧୫ଟି ଓାର୍ଡ ବିଶିଷ୍ଟ ଏହି ପଂଚାୟତରେ ୨୦୧୭ -୨୦୨୨ ମଧ୍ୟରେ ମଧୁର ଜଳ ପାଇଁ ୨୭ଟି ନଳକୂପ ସ୍ଥାପନ କରାଯାଇଥିବା ବେଳେ ବର୍ତମାନ ଜଳକଷ୍ଟ ସଂପୂର୍ଣ୍ଣ ଦୂର ହୋଇନାହିଁ ଆଗାମୀ ଦିନରେ ୨୦ଟି ନଳକୂପର ଆବଶ୍ୟକତା ଅଛି।

ସେହିପରି ଏହି ରାଜସ୍ୱ ଗ୍ରାମ ମାନଙ୍କରେ ୨୨ଟି ସିମେଂଟ କଂକ୍ରିଟ ରୋଡ ସଂପୂର୍ଣ୍ଣ ହୋଇଥିବା ବେଳେ କେବଳ ଗମନା ଗମର ପାଇଁ ସେହି ଗୁଡିକ ମଧ୍ୟରୁ କିଛି ରାସ୍ତାର ମରାମତି ଆବଶ୍ୟକ ଏବଂ ସମସ୍ତ ଜନସାଧାରଣ ମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ବିଦ୍ୟୁତ ସଂଯୋଗୀକରଣ ହେବା ସହ ନୂତନ ଟ୍ରାନ୍ସଫରମର ବସାଯାଇ ଲୋକ ମାନଙ୍କୁ ସେବା ଯୋଗାଇ ଦିଆଯାଇଛି ବୋଲି ସମାଜସେବୀ ମାନସ ମହାନ୍ତି ମତବ୍ୟକ୍ତ କରିଛନ୍ତି। ବିଗତ ୫ବର୍ଷ ମଧ୍ୟରେ ପଂଚୁଟିକ୍ରି ପଂଚାୟତରେ ୨୪୬ଟି ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ବେଳେ ୪୩୭ଜଣ ପରିବାରକୁ ଜିଓଟ୍ୟାଗିଂ କରାଯାଇ ସାରିଥିବା କଥା ଯୁବ ସମାଜସେବୀ ଅଜୟ କୁମାର ଧଳ ମତ ବ୍ୟକ୍ତ କରିଛନ୍ତି। ଏଥି ସହ ଆଗାମୀ ଦିନରେ ପଂଚୁଟିକ୍ରି ପଂଚାୟତବାସୀ ଏହି ପଂଚାୟତକୁ ଚାନ୍ଦବାଲି ପଂଚାୟତ ସମିତି ର ସର୍ବାଗ୍ରେ ରଖିବା ପାଇଁ ସରପଂଚ ପ୍ରାର୍ଥ ଭାବେ ସରପଂଚ ପ୍ରାର୍ଥ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା କଂଗେସ ଦଳ ତରଫରୁ ସର୍ବେଶ୍ୱର ସେଠୀ ଏବଂ ବିଜୁ ଜନତା ଦଳ ତରଫରୁ ମାନସ ସେଠୀଙ୍କ ପାଖରୁ ଆଶା ରଖିଥିବା ବେଳେ ଏହି ପଂଚାୟତରୁ ଇଞ୍ଜିନିୟରିଂରେ ମାଷ୍ଟରଡିଗ୍ରି ଶେଷ କରି ସମାଜସେବା ପାଇଁ ମନ ବଳାଇଥିବା ସ୍ୱପ୍ନା ପ୍ରତିଛନ୍ଦା ନାୟକ କଂଗ୍ରେସ ଦଳ ତରଫରୁ ଏବଂ ଯଶ୍‌ମିନ ନାୟକ ବିଜଦ ତରଫରୁ ପ୍ରାଥିନୀ ଭାବେ ଦଣ୍ଡାୟ ମାନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.