Home Top News ପଂଚାୟତ ନିର୍ବାଚନ ପାଇଁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ

ପଂଚାୟତ ନିର୍ବାଚନ ପାଇଁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ

85

ଭୁବନେଶ୍ୱର ୩.୨ (ଓଡ଼ିଆ ପୁଅ) – ରାଜ୍ୟର ୩୦ଲକ୍ଷ ପରିବାର ୬୦ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଲୁଟ ସ୍କାମ୍‌ରେ ସିବିଆଇର ସଂଦେହ ଜନକ ଶିଥିଳତା, ପାରଦ୍ୱୀପ ବନ୍ଦରର ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ଓ ନିଳାଚଳ ଇସ୍ମାତନିଗମ ବିକ୍ରି ଭଳି ରାଜ୍ୟର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଜି ଉଭୟ ବିଜେଡ଼ି ଓ ବିଜେପିକୁ କଡ଼ାଟାର୍ଗେଟ କରିଛି କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଚଳିତ ପଂଚାୟତ ନିର୍ବାଚନ ପାଇଁ ସରକାରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଉନ୍ମୋଚନ ସମାରୋହରେ କଂଗ୍ରେସ ନିର୍ବାଚନ ମିଡିଆ ଇନଚାର୍ଜ ତଥା ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ ବିଜେଡ଼ି ଓ ବିଜେପି ଭିତରେ ଅଘୋଷିତ ମେଂଟ ଅଛି। ବିଜେଡ଼ି ରାଜ୍ୟରେ ଆନ୍ଦୋଳନ କରେ କିନ୍ତୁ ଦିଲ୍ଲୀରେ ଚୁପ। ରାଜ୍ୟ ବିଜେପି ବିଭିନ୍ନ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରେ ରାଜ୍ୟରେ କିନ୍ତୁ ଦିଲ୍ଲୀରେ ଏମାନଙ୍କ ମୁହଁ ମଧ୍ୟ ବନ୍ଦ। ଲୋକଦେଖାଣିଆ ଭାବେ ପରସ୍ପର ବିରୋଧରେ ଲଢ଼ୁଥିଲେ ମଧ୍ୟ ଏମାନଙ୍କ ଭିତରେ ଭିତରି ସଂପର୍କ ରହିଛି। ନହେଲେ ପାରାଦ୍ୱୀପ ବନ୍ଦର ବ୍ଲାକରୋଜ ବୁଡ଼ି ଘଟଣା ଓ ଚିଟ୍‌ଫଣ୍ଡ ସ୍କାମର ସିବିଆଇ ତଦନ୍ତରେ ଶିଥିଳତା ଏହାର ବଳିଷ୍ଠ ପ୍ରମାଣ। ନବୀନ ସରକାରର ୨୨ ବର୍ଷରେ ୨୨ କଳାକାରନାମାର ଏକ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରାଯାଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ।

ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ ଯେ ଚିଟ୍‌ଫଣ୍ଡ ସ୍କାମରେ ଶାସକ ବିଜେଡ଼ି ଦଳର ୨୭ ବିଧାୟକ ଓ ୪ଜଣ ମନ୍ତ୍ରୀ ସଂପୃକ୍ତ। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏଭଳି ବହୁ ସ୍ପର୍ଷକାତର ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଜନସଚେତନତା ଜାଗ୍ରତ କରି କଂଗ୍ରେସ ସପକ୍ଷରେ ଜନମତ ଆଣିବ ବୋଲି ଶ୍ରୀ ରାଉତରାୟ କହିଥିଲେ। ଏହି କାର୍ଯ୍ୟକ୍ରମରେ ପିସିସି ଉପସଭାପତି ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଜ୍ଞାନଦେବ ବେଉରା, ମୁଖପାତ୍ର ଶାନ୍ତନୁ ସାହୁ, ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.