Home ଜିଲ୍ଲା ପରିକ୍ରମା ପଂଚାୟତରେ ଯାଇ ଲୋକଙ୍କ ଅଭିଯୋଗ ଶୁଣିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ପଂଚାୟତରେ ଯାଇ ଲୋକଙ୍କ ଅଭିଯୋଗ ଶୁଣିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

13

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ରାଜ୍ୟ ସରକାର ଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଙ୍ଗଳବାର ଦିନ ଧାମନଗର ବ୍ଲକ ରଇପୁର ପଂଚାୟତ ରେ ମନ୍ତ୍ରୀ ପହଂଚି ପଂଚାୟତ ଅଫିସ ରେ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣିଛନ୍ତି, ସକାଳ ୮ ସମୟ ରେ ଏହି ଜନଶୁଣାଣି ଆରମ୍ଭ ହୋଇ ଥିଲା । ରଇପୁର ପଂଚାୟତ ସହ ଆଖପାଖ ପଂଚାୟତ ର ଲୋକ ଅଭିଯୋଗ ନେଇ ବିଭିନ୍ନ ସମସ୍ୟା ନେଇ ଆସିଥିବା ଦେଖିବା ମିଳିଥିଲା. ଜିଲ୍ଲାପାଳ ଦିଲୀପ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭଦ୍ରକ ଆରକ୍ଷୀ ଅଧୀକ୍ଷକ, ଧାମନଗର ବିଡିଓ ଓ ଅତିରିକ୍ତ ତହସିଲଦାର ଏହି ଅଭିଯୋଗ ଶୁଣାଣୀ ରେ ଉପସ୍ଥିତ ରହିଥିଲେ। ଭୁବନେଶ୍ୱରରୁ ମଧ୍ୟ ବିଭିନ୍ନ ବିଭାଗର ଅଧିକାରୀ ଆସି ଉପସ୍ଥିତ ଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଉଥିଲା। ସେସବୁକୁ ପଞ୍ଜୀକରଣ କରାଯାଇଥିଲେ। ଅଭିଯୋଗକାରୀ ମନ୍ତ୍ରୀଙ୍କ ପାଖରେ ପହଂଚି ଅଭିଯୋଗ ଶୁଣାଉଥିଲେ। ମନ୍ତ୍ରୀ ଅଭିଯୋଗ ଶୁଣିବା ପରେ ତାହା କେଉଁ ବିଭାଗରେ ସମାଧାନ ହେବ, ତାହା ନିର୍ଦ୍ଦେଶିତ କରୁଥିଲେ ଜିଲ୍ଲାପାଳ। ଏହାପରେ ସଂପୃକ୍ତ ବିଭାଗର ଅଧିକାରୀ ସମସ୍‌ଯା ର ସେହିଠାରେ ହିଁ ସମାଧାନ କରୁଥିଲେ। ବିଭିନ୍ନ ପଂଚାୟତ ରୁ ୫୦୦ ଶହ ଅଭିଯୋଗ ଗ୍ରହଣ କରାଯାଇ ଥିଲା । ବିଶେଷ କରି ଗ୍ରାମ୍ୟ ରାସ୍ତା ,ରାସନ କାର୍ଡ,ଜବର ଦଖଲ , ଭତା ଉପରେ ଅଧିକାଂଶ ଅଭିଯୋଗ ଗ୍ରହଣ କରାଯାଇ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.