Home ଜିଲ୍ଲା ପରିକ୍ରମା ନୟାଗଡ଼ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛି ଶାନ୍ତି କମିଟି

ନୟାଗଡ଼ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛି ଶାନ୍ତି କମିଟି

17

ନୟାଗଡ଼, ୧୭ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଦେଖାଦେଉଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ନୟାଗଡ଼ ଜିଲାେରେ କାର୍ଯ୍ୟ କରୁଛି ଶାନ୍ତି କମିଟି। ବିଭିନ୍ନ ବ୍ୟକ୍ତିଗତ,  ଗୋଷ୍ଠୀଗତ ବା ଯେଉଁ ସମସ୍ୟା ଆଜିକାଲି ଦେଖାଦେଉଛି ତାହା ଏବେ ସମାଜରେ ଜଟିଳ ରୂପ ନେବା ସଙ୍ଗେ ସଙ୍ଗେ ଅଜଶ୍ର ଅର୍ଥବି ଖର୍ଚ୍ଚ ବି ହେଉଛି। ଏହି ଗ୍ରାମ୍ୟ ବିବାଦ ବା ଗୋଷ୍ଠୀଗତ ବିବାଦ ଥାନା, କୋର୍ଟ କଚେରୀକୁ ନଯାଇ କିପରି ଶାନ୍ତି ଭାବରେ ତୁଟାଯାଇପାରିବ ଏଥିପାଇଁ ନୟାଗଡ଼ ଜିଲାରେ ଶାନ୍ତି କମିଟି ଅଂଟା ଭିଡ଼ିଛି। ଏହି ଶାନ୍ତି କମିଟି ବର୍ଷକ ଭିତରେ ତା’ର ସଫଳତା ପାଇଥିବାବେଳେ ପ୍ରଥମ ବାର୍ଷିକ ବୈଠକ ବି ପାଳନ କରିଛି। ଏହି ବୈଠକ ନୟାଗଡ଼ ବ୍ଳକ ଗମ୍ଭାରିଡିହି ନିକଟ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାର ୮ଟି ଯାକ ବ୍ଳକର ଶାନ୍ତି କମିଟିର ସଦସ୍ୟ ତଥା ନ୍ୟାୟ ପ୍ରଦାନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବ୍ୟକ୍ତିମାନେ ଯୋଗଦେଇଥିଲେ। ଏହି ଶାନ୍ତି କମିଟିର ସଭାପତି ଭାବେ ଶଙ୍କର୍ଷଣ ବିଶ୍ୱାଳ ମନୋନୀତ ହୋଇଥିବାବେଳେ ଶାନ୍ତିକମିଟିର ସଦସ୍ୟ ଭାବେ ନୂଆଗାଁର ଧ୍ରୁବ ସାହୁ, ରଣପୁରରୁ ସତ୍ୟ ମହାପାତ, ଦଶପଲ୍ଳାରୁ ରବିନ୍ଦ୍ର ସାହୁ, ଭାପୁରରୁ କବିରାଜ ମହାପାତ୍ର, ଖଣ୍ଡପଡ଼ାରୁ ଯୁଗଳ ସାହୁ, ଓଡ଼଼ଗାଁରୁ ଜୀବନ ରାୟ ଓ ନୟାଗଡ଼ ବ୍ଳକରୁ ଦିବାକର ମିଶ୍ର, ଗଣିଆରୁ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ସଦସ୍ୟମାନେ ନ୍ୟାୟ ପ୍ରଦାନ ପାଇଁ ମନୋନୀତ ହୋଇଛନ୍ତି। ଏହି ଶାନ୍ତି କମିଟିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବୈଠଳରେ ନିଷ୍ପତି ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.