Home Coronavirus Outbreak ନୟାଗଡ଼: ଲକଡାଉନ୍ କୁ ନେଇ ଜିଲା ପ୍ରଶାସନର ନିର୍ଦ୍ଦେଶନାମା

ନୟାଗଡ଼: ଲକଡାଉନ୍ କୁ ନେଇ ଜିଲା ପ୍ରଶାସନର ନିର୍ଦ୍ଦେଶନାମା

109

ନୟାଗଡ଼, ୬ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ମେ ୪ରୁ ମେ ୧୭ ପର୍ଯ୍ୟନ୍ତ ଲକଡାଉନ କଟକଣାକୁ ନେଇ ନୟାଗଡ଼ ଜିଲାପ୍ରଶାସନ ପକ୍ଷରୁ ଚିଠି ନଂ-୧୦୩୩ରେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହି ନିଦ୍ଦେଶାନାମାରେ ଜିଲାରେ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ କୁହାଯାଇଥିବାବେଳେ ଆଉ କେତେକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ମଦ ଦୋକାନ, ସପିଂ ମଲ୍‌, ସିନେମା ହଲ୍‌, ରାଜନୈତିକ ଓ ବିଭିନ୍ନ ଉତ୍ସବାଦି ସମାବେଶ, ମନୋରଂଜନ ଜିମ୍‌, ସୁଇମିଂ ପୁଲ୍‌, ସ୍ପୋର୍ଟ କମ୍ପେ୍ଲକ୍ସ, ବାର ଆଦି ଖୋଲିବାକୁ ବାରଣ କରାଯାଇଥିବାବେଳେ ମେଡିସିନ ଦୋକାନକୁ ଛାଡ଼ କରାଯାଇଛି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଉପରେ ଜୋର କଟକଣା ରହିଛି। ସ୍କୁଲ, କୋଚିଂ ସେଂଟର ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ବଜାର ସକାଳ ୭ଟାରୁ ଦିନ ୧ଟ ପର୍ଯ୍ୟନ୍ତ ଖୋଲା ରହିବା କୁହାଯାଇଥିବାବେଳେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଯାତାୟାତକୁ ପୁରାପୁରୀ ରୋକ୍ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.