Home ଜିଲ୍ଲା ପରିକ୍ରମା ନୟାଗଡ଼ ମ୍ୟୁନିସିପାଲିଟିର ଆକାଉଟାଂଟ ଭିଜିଲାନ୍ସ ହାତରେ

ନୟାଗଡ଼ ମ୍ୟୁନିସିପାଲିଟିର ଆକାଉଟାଂଟ ଭିଜିଲାନ୍ସ ହାତରେ

55

ନୟାଗଡ଼, ୯ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ମ୍ୟୁନିସିପାଲିଟିର ଆକାଉଟାଂଟ ଅଜୟ କୁମାର ସାଥୁଆ ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛନ୍ତି। ନୟାଗଡ଼ ପୁରୁଣା ସହରର ଜନୈକ ଠିକାଦାର ଜଗବନ୍ଧୁ ସିଅଙ୍କ ୭୦ ହଜାର ଟଙ୍କାର ବିଲ୍ ପାଶ୍ କରାଇଦେବା ପାଇଁ ୭ହଜାର ଟଙ୍କା ଲାଂଚ ନେଉଥିଲେ। ତେବେ ଆକାଉଟାଂଟଙ୍କ ଟେବୁଲରୁ ୨୦ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା କୁହାଯାଉଥିବାବେ ୭ହଜାର ବଦଳରେ ୨୦ ହଜାର ଟଙ୍କା ଟେବୁଲ ଉପରେ ଜବତକୁ ନେଇ ନାନା ସନ୍ଦେହ ଦେଖାଦେଇଛି। ଏହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.