Home ଜିଲ୍ଲା ପରିକ୍ରମା ନୟାଗଡ଼ ମଂଚ ନାଟକର ସ୍ଥତି ଓ ପ୍ରଗତି ଉପରେ ଆଲୋଚନା ଚକ୍ର

ନୟାଗଡ଼ ମଂଚ ନାଟକର ସ୍ଥତି ଓ ପ୍ରଗତି ଉପରେ ଆଲୋଚନା ଚକ୍ର

26

ନୟାଗଡ଼, ୩ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ର ନାଟକ ଓ ସଂଗୀତ ଅନୁଷ୍ଠାନ ରାଗେଶ୍ରୀ ନିଳୟମ ଆନୁକୂଲ୍ୟରେ ନୟାଗଡ଼ ମଂଚ ନାଟକର ସ୍ଥତି ଓ ପ୍ରଗତି ଉପରେ ଅନ୍‌ଲାଇନ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତି ହୋଇଯାଇଛି। ଅନୁଷ୍ଠାନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ପବିତ୍ର ମହାନ୍ତି, ମଂଚାୟନର ସଭାପତି ଜାମିନୀକାନ୍ତ ମିଶ୍ର, ସୁଧା ସାଂସ୍କୃତିକ ର ନିର୍ଦ୍ଦେଶକ ଡ.ଆଶୁତୋଷ ମିଶ୍ର, ଚମତ୍କାର ସଂପାଦକ ରାକେଶ କୁମାର ଦାସ, ବିଶିଷ୍ଟ ଅଭିନେତା ପ୍ରଭାତ ମିଶ୍ର, ସଂସ୍କୃତି ସଂସଦର ସହ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ମଂଚ ନାଟକର ସାଂପ୍ରତିକି ସ୍ଥିତ, ଗତି ଓ ପ୍ରଗତି ଏବଂ ଏହାର କ୍ରମବିକାଶ ଉପରେ ଆଲୋଚନା କରିଥିଲେ। ଏପରିକି ନୟାଗଡ଼ ମାଟି ହେଉଛି ନାଟ୍ୟ ଜଗତର ଏନ୍ତୁଡ଼ିଶାଳ ବୋଲି ମତବ୍ୟକ୍ତ କରିବା ସହିତ ମହାନ୍ ନାଟ୍ୟକାରମାନଙ୍କ ଅମ୍ଳାନ ବ୍ୟକ୍ତିଙ୍କ ଅବଦାନକୁ ନୟାଗଡ଼ ଭୁଲିବାର ନୁହେଁ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକର୍ମୀ ସୁରେନ୍ଦ୍ର କୁମାର ସାହୁ, ସୁଜାତା ପଶାୟତ, କାମାକ୍ଷା ପ୍ରସାଦ ଦାଶ, ନରେନ୍ଦ୍ର ବେହେରା, ହୃଷିକେଶ ଦାଶ, ନିରଞ୍ଜନ ନାୟକ ଆଦି ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.