Home ଓଡ଼ିଶା ନୟାଗଡ଼: ବିପଦ ସଙ୍କେତ ଉପରେ ମହାନଦୀ ବନ୍ୟାଜଳ

ନୟାଗଡ଼: ବିପଦ ସଙ୍କେତ ଉପରେ ମହାନଦୀ ବନ୍ୟାଜଳ

111

ନୟାଗଡ଼, ୩୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ଭାପୁର ବ୍ଳକ ଓ ଗଣିଆ ବ୍ଳକ ବନ୍ୟାରେ ବିଶେଷ ଭାବରେ ପ୍ରଭାବିତ ହୋଇଛି। ମଣିଭଦ୍ରା ଓ କଂଟିଲୋ ଠାରେ ୧୦ଲକ୍ଷ କ୍ୱିସେକ ବନ୍ୟାଜଳ ପ୍ରବାହିତ ହେଉଛି। ଏବେବି ପୂର୍ବଭଳି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗଣିଆ ବ୍ଳକର ବଡ଼ସିଲିଙ୍ଗା, ଛାମୁଣ୍ଡିଆ, ରାସଙ୍ଗ, ବେଲପଡ଼ାପାଟଣା, କିଶୋରପ୍ରସାଦ ଭାପୁର ବ୍ଳକର ଫତେଗଡ଼, କରବରଶାସନ, ପଥରଚକଡ଼ା, କେନ୍ଦୁପଲ୍ଲୀ, ଗୋଳାପୋଖରୀ, ଏବଂ ଖଣ୍ଡପଡ଼ା ବ୍ଳକର କଂଟିଲୋ, ବୋଦସା, ବେଣାଗାଡ଼ିଆ, ବଡ଼ବାଣପୁର ପ୍ରଭୃତି ପଂଚାୟତର ପ୍ରାୟ ୪୦ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି। ଶହ ଶହ ହେକ୍ସର ଧାନଜମି ପାଣି ଭିତରେ ବୁଡ଼ି ରହିଛି। ବାଇଗୁଣିଆ ପଂଚାୟତର ୪୦ଏକର, ଗୋଳାପୋଖରୀ ପଂଚାୟତର ୬୦ଏକର, କରବର ପଂଚାୟତର ୨୫୦ଏକର, ପଦ୍ମାବତୀ ପଂଚାୟତର ୫୨ ଏକର, ଫତେଗଡ଼ ପଂଚାୟତର ୧୭୫ଏକର, ଧାନଚାଙ୍ଗଡ଼ା ପଂଚାୟତର ୫୨ଏକର ପଥରଚକଡ଼ା ପଂଚାୟତର ୪୦ଏକର, କେନ୍ଦୁପଲୀ ପଂଚାୟତର ୨୦ଏକର, ଶାସନ ପଂଚାୟତର ୩୦ଏକର ଚାଷ ଜମି ଜଳମଗ୍ନ ଥିବା ଜଣାପଡ଼ିଛି। ଭାପୁର ବ୍ଳକର ହନୁମନ୍ତପ୍ରସାଦ, ମରିପୁର ଓ ଗୁଡ଼ୁପଡ଼ା ଗ୍ରାମ ଏବେବି ଜଳମଗ୍ନ ଅବସ୍ଥାରେ ରହିଥିବାବେଳେ ଗଣିଆ ବ୍ଳକର ରାସଙ୍ଗ, ବଡ଼ସିଲିଙ୍ଗା ଓ ଛାମୁଣ୍ଡିଆ ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.