ନୟାଗଡ଼, ୧୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌର ପରିଷଦ ପକ୍ଷରୁ ନୟାଗଡ଼ ସହରରେ ଜବର ଦଖଲ ଉଚ୍ଛେଦ କରାଯାଇଛି। ସହରର ଦୁଇ ପାର୍ଶ୍ୱରେ ଥିବା ଉଠା ଦୋକାନୀ ଏବଂ ଆଗକୁ ମାଡ଼ି ବସି ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ଦୋକାନ ଉପରେ ଜେସିବି ଲଗାଇ ଭଙ୍ଗାଯାଇଛି। ପୌର ପରିଷଦ କାର୍ଯ୍ୟାଳୟ ଠାରୁ ନୟାଗଡ଼ କଲେଜ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଉଚ୍ଛେଦ କରାଯିବା ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଥିବା ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଠାରୁ ସୂଚନା ମିଳିଛି। ଏହି ଜବର ଦଖଲ ଉଚ୍ଛେଦ ବେଳେ ନିର୍ବାହୀ ଅଧିକାରୀ ଶ୍ରୀ ଜେନାଙ୍କ ସମେତ ପୌର ପରିଷଦ କର୍ମଚାରୀ ନାରାୟଣ ନାୟକ, ଗଜେନ୍ଦ୍ର କୁମାର ମହାରଣା, ଶିଶିର ମିଶ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ରାସ୍ତାର ଦୁଇ ପାଶ୍ୱର୍କୁ ଜବର ଦଖଲ କରି ବ୍ୟବସାୟ କରୁଥିବା ହେତୁ ରାସ୍ତା ସଂକୋଚନ ହୋଇ ବିଭିନ୍ନ ସମୟରେ ଅଘଟଣ ଘଟୁଥିବାରୁ ପୌର ପରିଷଦ ଏପରି ପଦେକ୍ଷେପ ନେଇଥିବା କୁହାଯାଇଛି।