Home ଜିଲ୍ଲା ପରିକ୍ରମା ନୟାଗଡ଼ ପୌରାଚଂଳ ପକ୍ଷରୁ ସ୍ୱଚ୍ଛ ସଙ୍ଗୀତ ଉନ୍ମୋଚନ ଓ ଶପଥ ଗ୍ରହଣ ଉତ୍ସବ:ଶାନ୍ତି, ସୁସ୍ଥ ସମାଜ,...

ନୟାଗଡ଼ ପୌରାଚଂଳ ପକ୍ଷରୁ ସ୍ୱଚ୍ଛ ସଙ୍ଗୀତ ଉନ୍ମୋଚନ ଓ ଶପଥ ଗ୍ରହଣ ଉତ୍ସବ:ଶାନ୍ତି, ସୁସ୍ଥ ସମାଜ, ବିକାଶ ଧାରା ସହ ସ୍ୱଚ୍ଛତା ଲକ୍ଷ୍ୟରେ ମନ୍ତ୍ରୀ ଡ.ସାହୁ

75

ନୟାଗଡ଼, ୧୧ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ପୌରପରିଷଦ ଆନୁକୂଲ୍ୟରେ ସଦର ମହକୁମାରେ ଅନୁଷ୍ଠିତ ସ୍ୱଚ୍ଛ ସଙ୍ଗୀତ ଉନ୍ମୋଚନ ଓ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍‌୍ୟଅତିଥି ଭାବେ ଯୋଗଦେଇ ସମାଜରେ ଶାନ୍ତି ପ୍ରତିଷ୍ଠା, ସୁସ୍ଥ ପରିବେଶର ପରିକଳ୍ପନା ଓ ସମାଜରେ ବିକାଶ ଧାରାକୁ ଆଗେଇ ନେବା ଲକ୍ଷ୍ୟରେ ମନୋନିବେଶ କରି କହିଛନ୍ତିଯେ, ସୁସ୍ଥ ସମାଜ ଓ ଶାନ୍ତି ପ୍ରତିଷ୍ଠା ପାଇଁ ସୁସ୍ଥ ମାନସିକାତା ଦରକାର। ସମାଜର ବିକାଶ ପାଇଁ ଏକାଗ୍ରତା, ସହଯୋଗ ରହିବା ସହ ଲକ୍ଷ୍ୟସ୍ଥଳ ସମସ୍ତଙ୍କର ଗୋଟିଏ ହେଲେ ବିକାଶର ଧାରା ଆଗେଇ ନେବାରେ ସହଜ ହୁଏ ଏବଂ ଏଥିପାଇଁ ଛାତ୍ର, ଯୁବକ ଓ ମହିଳାମାନେ ଚଳଚଂଚଳ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ। ତେବେ ଏସିବୁ ବ୍ୟତିରେକ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଇ କହିଛନ୍ତି ଆମ ପରିବେଶର ସୌନ୍ଦର୍ଯ୍ୟତା ପାଇଁ ସ୍ୱଚ୍ଛତା ଅଧିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ମନ୍ତ୍ରୀ ନୂଆ ସମ୍ଭାବନା ଲକ୍ଷ୍ୟରେ ସ୍ୱଚ୍ଛତା ପାଇଁ ଅଭିନବ ସଙ୍ଗୀତ ମାଧ୍ୟମରେ ସହରବାସୀଙ୍କୁ ଶପଥ ପାଠ କରାଇଛନ୍ତି। ଏହି ପରିପ୍ରେକ୍ଷିରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଶୌଚାଳୟ ଉଦ୍‌ଘାଟନ କରି ମନ୍ତ୍ରୀ ଡ. ସାହୁ କହିଲେଯେ ନିଜ ଘରଦ୍ୱାର ସହ ବାହାର ପରିବେଶକୁ ସମଦୃଷ୍ଟିରେ ସ୍ୱଚ୍ଛତା ରଖିବା ଦରକାର। ଅଳିଆ ଆବର୍ଜନା ଆଦି ବର୍ଜ୍ୟବସ୍ତୁକୁ ଗୋଟିଏ ସ୍ଥାନରେ ପକାଇବା ସହ ବରିଷ୍ଠମାନଙ୍କୁ ସମ୍ମାନ କଲେ ସମାଜର ହିତ ହେବା ସହ ପରିବେଶ ସୌନ୍ଦର୍ଯ୍ୟମୟ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ଼ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲାପାଳ ଡ.ପୋମା ଟୁଡୁ, ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ସ୍ୱଚ୍ଛତା ଉପରେ ସ୍ୱଚ୍ଛ ସଙ୍ଗୀତ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟରେ ସହରର ବରିଷ୍ଠ ନା୍‌ଗରିକ, ବୁଦ୍ଧିଜୀବୀ, ଆଇନଜୀବୀ, ଶିକ୍ଷାବିତ୍ ଯୋଗଦେଇ ସହରକୁ ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟ କରିବା ପାଇଁ ଶପଥ ପାଠ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.