Home ଜିଲ୍ଲା ପରିକ୍ରମା ନୟାଗଡ଼ ପୌରପାଳିକା ବର୍ଜ୍ୟବସ୍ତୁ ପରିଚାଳନା ପ୍ରଶିକ୍ଷଣ ଶିବିର ଶପଥ ପାଠ

ନୟାଗଡ଼ ପୌରପାଳିକା ବର୍ଜ୍ୟବସ୍ତୁ ପରିଚାଳନା ପ୍ରଶିକ୍ଷଣ ଶିବିର ଶପଥ ପାଠ

216

ନୟାଗଡ଼, ୧୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼ ପୌରପାଳିକାର ସମସ୍ତ ୧୬୪ କର୍ମଚାରୀଙ୍କୁ ପଠାଣି ସାମନ୍ତ ଅଡିଟୋରିୟମଠାରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କୀତ ଏକ ତାଲିମ ଶିବିର ଅନୁଷ୍ଠତ ହୋଇଯାଇଛି। ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ ଶିବିରରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ପ୍ରଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର, ସ୍ୱଚ୍ଛଭାରତ ମିଶନର ଏକ୍ସପର୍ଟ ବିବେକାନନ୍ଦ ପ୍ରଧାନ ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ। ସ୍ୱଚ୍ଛତାରେ ଦେଶର ଗ୍ୟାଙ୍ଗଟକ ସହର ଏବଂ ରାଜ୍ୟରେ ଖରିଆରରୋଡ଼ ସହର ବର୍ଜ୍ୟବସ୍ତୁ ପରିଚାଳନା ପ୍ରମୁଖ ଭୂମିକା ନିର୍ବାହ କରିଥିବାବେଳେ ନୟାଗଡ଼ ସହର ଏପରି ଅନୁକରଣ କରିବାର ଆବଶ୍ୟକତା ରହିଛି ବୋଲି ଆଲୋଚନା କରାଯାଇଥିଲା। ଗୋଟିଏ ପରିବାର ବର୍ଷକୁ କେବଳ ରୋଗରେ ୧୦ ହଜାର ଟଙ୍କା ଖର୍ଚ୍ଚ କରୁଥିବାବେଳେ ବର୍ଜ୍ୟବସ୍ତୁ ପରିଚାଳନାରେ ସଚେତନତା ରହିବାର ଆବଶ୍ୟକତା ରହିଛି ବୋଲି ସୂଚନା ଦିଆଯାଇଥିଲା। ତେବେ ଯେଉଁମାନେ ବର୍ଜ୍ୟବସ୍ତୁକୁ ସିଧାସଳଖ ଆଣି ଡ୍ରେନରେ ପକାଉଛନ୍ତି ସେମାନଙ୍କୁ ନୋଟିସ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁରୁତ୍ୱାରୋପ କରାଯାଇଥିଲା। ସ୍ୱଚ୍ଛତା ପାଇଁ ସମସ୍ତ କର୍ମଚାରୀ ଶପଥ ପାଠ କରିଥିଲେ।ଶେଷରେ ଟ୍ୟାକ୍ସ କଲେକ୍ଟର ହଜରତ ଅଲ୍ଲୀ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ କର୍ମଚାରୀ ବିଶ୍ୱନାଥ ମହାପାତ୍ରଙ୍କ ଅକାଳ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.