Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଳାରେ ୫ ଦିନରେ ୨୫ ମୃତ୍ୟୁ

ନୟାଗଡ଼ ଜିଲ୍ଳାରେ ୫ ଦିନରେ ୨୫ ମୃତ୍ୟୁ

94

ନୟାଗଡ଼, ୨୯ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ ଲୋକେ ଏବେ ଅଧିକ ଭୟଭିତ ହୋଇପଡ଼ିଛନ୍ତି। ଦୈନିକ ସଂକ୍ରମଣ ସଂଖ୍ୟା କମୁଥିବା ବଦଳରେ ଏବେ ବଢୁଥିବା ଦେଖାଯାଉଛି। ଗତ ଏକ ସପ୍ତାହର ସଂକ୍ରମଣ ସଂଖ୍ୟାକୁ ଦେଖିଲେ ଦୈନିକ ୧୦୦ ଉପରେ ସଂକ୍ରମଣ ସଂଖ୍ୟା ରହୁଥିବାବେଳେ ମଙ୍ଗଳବାର କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ରହିଛି। ଯାହାକି ସାଧାରଣରେ ଟିକେ ଆଶ୍ୱସ୍ତି ଆଣିଛି। ତେବେ ମୃତ୍ୟୁ ସଂଖ୍ୟା ଦୈନିକ ୫ ଲେଖାଏଁ ରହୁଛି। ଏପରିକି ଗତ ଏଇ ୫ଦିନ ଭିତରେ ୨୮ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ୫ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିବାବେଳେ ଶନିବାର ୫ଜଣ, ରବିବାର ୫ଜଣ , ସୋମବାର ୫ଜଣ ଓ ମଙ୍ଗଳବାର ଆଉ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମଣ ଓ କରୋନା ମୃତ୍ୟୁକୁ ଦେଖିଲେ ଜିଲ୍ଲାରେ ଏବେ କରୋନା ଭୟାନକ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଲୋକମାନେ ବିଶେଷ କିଛି କରୋନା ସଚେତନତା ହେଉନାହାନ୍ତି। ସଂକ୍ରମଣ ହାର କମେଇବା ପାଇଁ ସରକାର ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଥିବାବେଳେ ଏପରିକି ସୁଧକାର୍ଯ୍ୟ, ବାହାଘର ପାଇଁ କଟକଣା କରିଥିବାବେଳେ ତାହାକୁ ଲୋକମାନେ ଠିକ୍ ଭାବେ ପାଳନ କରୁନାହାନ୍ତି। କରୋନା ଦ୍ୱିତୀୟ ଲହର ଯାଇନଥିବାବେଳେ ତୃତୀୟ ଲହର ଦୁଆର ମୁହଁରେ ବୋଲି କୁହାଯାଉଥିଲେ ମଧ୍ୟ ଲୋକମାନେ ହେୟଜ୍ଞାନ କରିଛାଲିଛନ୍ତି। ଏବେଠାରୁ ସଚେତନତା ନହେଲେ ପରିଣାମ ଅତି ଭୟାଭହ ହେବ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.