Home ଓଡ଼ିଶା ନୟାଗଡ଼ ଜିଲ୍ଲାରେ ୬୦ ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାଦାନ...

ନୟାଗଡ଼ ଜିଲ୍ଲାରେ ୬୦ ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାଦାନ ପାଇଁ ଆଗ୍ରହ ଆଣୁଛି ରୂପାନ୍ତରଣ ସ୍କୁଲ

37

ନୟାଗଡ଼, ୮ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଦ୍ୱିତିୟ ପର୍ଯ୍ୟାୟରେ ୬୦ ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ୫ଟି ଓ ମୋ ସରକାର ଅଧିନରେ ଏହି ରୂପାନ୍ତରିତ ହାଇସ୍କୁଲ ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନଙ୍କ ମଧ୍ୟରେ ଶିକ୍ଷା ଏକ ନୂଆ ସମ୍ଭାବନା ଆଣିବା ସହ ସ୍କୁଲ ରୂପାନ୍ତରଣ ପାଠପଢା ପ୍ରତି ଆଗ୍ରହ ଓ ଆତ୍ମ ବିଶ୍ୱାସ ବଢାଇଛି ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ କହିଛନ୍ତି। ନୟାଗଡ଼ ବ୍ଳକ ଲାଠିପଡ଼ା ଠାରେ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଲେଯେ ସ୍କୁଲ ଆଜି ଯେଉଁ ନୂଆ କଳେବର ନେଇଛି ତାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ନୂଆ ଉନ୍ମାଦନା ଆଣିବା ସହିତ ସେମାନଙ୍କ ଭିତରେ ନବ ଜାଗରଣ, ଆଶା ଓ ସଂକଳ୍ପ ସୃଷ୍ଟି କରିଛି। ଏହି ରୂପାନ୍ତରଣ ପିଲାମାନଙ୍କ ପାଇଁ ଆଣିଛି ନୂଆ ସୁଯୋଗ ଓ ବଡ଼ କରିବାର ସ୍ୱପ୍ନ। ପ୍ରତ୍ୟେକ ପିଲା ସ୍ୱତନ୍ତ୍ର ଏବଂ ତା’ଭିତରେ ଭରି ରହିଛି ଜୀବନରେ କିଛି ବଡ଼ କରିବାର ସ୍ୱପ୍ନ। ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ନିଶ୍ଚୟ ସକରାତ୍ୱକ ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଲେଯେ, ଶିକ୍ଷାହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ। ଏ ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍ ଭାବରେ ଉପଯୋଗ କରି ନିଜ ପାଇଁ, ନିଜ ପରିବାର ପାଇଁ ଟେକ ଆଣି ନୂଆ ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ଆଧୁନିକ ସୁବିଧା ସୁଯୋଗ ଯୋଗୁଁ ପାଠ ପଢିବାକୁ ଆଗ୍ରହ ବଢିବା ସହ ସେମାନଙ୍କ ଆତ୍ମବିଶ୍ୱାସ ବଢାଇଛି। ମାଗଣାରେ ନୂତନ ଆଧୁନିକ ସୁଯୋଗ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି, ଇଂଟରନେଟ୍ ସୁବିଧା ପାଠ ପଢିବାକୁ ସହଜ କରିଛି। ପିଲାଙ୍କ ସଫଳତା ଏବେ ହାତ ମୁଠାରେ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତ୍ୟାଶା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଭାସି ମାଧ୍ୟମରେ ଯୋଡ଼ିହୋଇ ରୂପାନ୍ତରଣର ସଫଳତା ଉପରେ ମତବ୍ୟକ୍ତ କରିଥିଲାବେଳେ ଆମକୁ ଶ୍ରେଷ୍ଠ ଭାବେ ଗଢି ତୋଳିବା ପାଇଁ ଏହା ଏକ ଭଲ ସୁଯୋଗ ସୃଷ୍ଟି କରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରି ଗଢିତୋଳିବ ବୋଲି ମତବ୍ୟକ୍ତ କରି କହିଲେଯେ, ବିଦ୍ୟାଳୟର ଆଧୁନିକ ସୁବିଧା ସୁଯୋଗ ଯୋଗୁଁ ପିଲାମାନଙ୍କ ପାଠ ପଢିବାକୁ ଆଗ୍ରହ ବଢିବା ସହ ସେମାନଙ୍କ ଆତ୍ମବିଶ୍ୱାସ ବଢାଇଛି। ନୂତନ ଆଧୁନିକ ସୁଯୋଗ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି, ଇଂଟରନେଟ୍ ସୁବିଧା ପାଠ ପଢିବାକୁ ସହଜ କରିଛି କରିଛି ବୋଲି ଡ.ସାହୁ କହିଥିଲେ। ଏଥିରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ବିଧାୟକ ରମେଶ ବେହେରା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଷିଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଜିଲ୍ଲାରେ ୬୦ଟି ବିଦ୍ୟାଳୟ ମଧ୍ୟରୁ ନୟାଗଡ଼ ବ୍ଳକର ୧୦ଟି ବିଦ୍ୟାଳୟ, ଭାପୁରର ୪ଟି, ନୂଆଗାଁର ୯ଟି, ଓଡ଼ଗାଁର ୧୩ଟି, ରଣପୁରର ୬ଟି, ଗଣିଆର ୫ଟି, ଖଣ୍ଡପଡ଼ାର ୮ଟି ଓ ଦଶପଲ୍ଲା ବ୍ଳକର ୫ଟି ବିଦ୍ୟାଳୟ ରୂପାନ୍ତରଣରେ ସାମିଲ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.