Home Ganesh Puja ନୟାଗଡ଼ ଜିଲାରେ ଗଣେଶ ପୂଜା ପାଇଁ ଜିଲାପାଳ କଲେ କଟକଣା

ନୟାଗଡ଼ ଜିଲାରେ ଗଣେଶ ପୂଜା ପାଇଁ ଜିଲାପାଳ କଲେ କଟକଣା

205

ନୟାଗଡ଼, ୨୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାତଥ ପ୍ରଧାନ): ରାତି ପାହିଲେ ଗଣେଶ ପୂଜା ଓ ତା’ପରଦିନ ନୂଆଖାଇ। କରୋନା ସଂକ୍ରମଣରେ ନୟାଗଡ଼ ଜିଲା ବିଭିନ୍ନ ଆଶଙ୍କା ନେଇ ଗତି କରୁଥିବାବେଳେ ଏହାକୁ ଆଖି ଆଗରେ ରଖି ଜିଲାପାଳ ଡ-ପୋମା ଟୁଡୁ ଏହି ଦୁଇ ପୂଜା ପାଳନକୁ ନେଇ କଟକଣା ଲଗେଇଛନ୍ତି। ଗଣେଶପୂଜା ଆଡ଼ମ୍ବର ସହକାରେ ପାଳନ ନକରି ବ୍ୟକ୍ତିଗତଭାବେ ନିରାଡ଼ମ୍ବର ସହକାରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। କୌଣସି ଅନୁଷ୍ଠାନରେ ପୂଜାକୁ ବାରଣ ହୋଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ମଧ୍ୟ ନିଷେଧ କରାଯାଇଛି। ଏହି ପୂଜାରେ କୌଣସିଠାରେ ୭ରୁ ଅଧିକ ଲୋକଙ୍କ ସମାବେଶ ହେବା ଉପରେ ରୋକ ଲଗାଯାଇଛି। ସେହିଭଳି କୌଣସ ମନ୍ଦିରରେ ମଧ୍ୟ ଗହଳି କରି ପୂଜା ନକରିବା ପାଇଁ ନିର୍ଦ୍ଦେଶ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.