Home ଜିଲ୍ଲା ପରିକ୍ରମା ନୟାଗଡ଼ କଲେଜର ହୀରକ ଜୟନ୍ତୀ ଉତ୍ସବ : ଆତ୍ମବିଭୋର ହେଲେ ବିଚାରପତି ଜଷ୍ଟିସ୍ ଡ.ବିଦ୍ୟୁତ ରଂଜନ...

ନୟାଗଡ଼ କଲେଜର ହୀରକ ଜୟନ୍ତୀ ଉତ୍ସବ : ଆତ୍ମବିଭୋର ହେଲେ ବିଚାରପତି ଜଷ୍ଟିସ୍ ଡ.ବିଦ୍ୟୁତ ରଂଜନ ରାୟ

28

ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ସବର ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ହାଇକୋର୍ଟର ବିଚାରପତି ତଥା ନୟାଗଡ଼ କଲେଜର ପୁରାତନ ଛାତ୍ର ଜଷ୍ଟିସ୍ ଡ.ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ମୁଖ୍ୟଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେଯେ, କଲେଜର ହୀରକ ଜୟନ୍ତୀ ଉତ୍ସବରେ ଉପସ୍ଥିତ ହୋଇ ନିଜକୁ ଗର୍ବିତ ମନେକରିବା ସହିତ ପୂର୍ବର ସେହି ଛାତ୍ରାବସ୍ଥା ଓ ଛାତ୍ରସୁଲଭ ଗୁଣ ଆଜି ଫେରି ପାଇଲା ପରି ଲାଗୁଛି ବୋଲି କହିଥିଲେ। ଏଥିସହିତ ପୂଜ୍ୟପୂଜା ସ୍ୱରୂପ କଲେଜର ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ ଉଚ୍ଚପଦାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରି ଆତ୍ମବିଭୋର ହେବା ସହିତ ସମ୍ମାନ ଜଣାଇ ଭାବବିହ୍ୱଳ ହୋଇଯାଇଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ କଲେଜର ପ୍ରାକ୍ତନ ଛାତ୍ର ତଥା ଚିଲିକାର ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର କୁମାର ମାନସିଂ, ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଧାୟକ ସତ୍ୟନାରାୟର ପ୍ରଧାନ, ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ରବିନାରାୟଣ ମହାପାତ୍ର, ଡ.ଭ୍ରମରବର ରାୟ, କଲେଜ ପରିଚାଳନା କମିଟିର ସଭାପତି ଡ.ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟର ବିକାଶର କଥା କହିବା ସହିତ ଏହାର ଉନ୍ନୋତତ୍ତର କାମନା କରିଥିଲେ। କଲେଜର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ସହିତ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲାବେଳେ ଅଧ୍ୟାପକ ଆଶୁତୋଷ ମିଶ୍ର, ଗଣେଶ ମିଶ୍ର ମଂଚ ସଂଯୋଜନା କରିଥିଲେ। ଏହି ପରିପ୍ରେକ୍ଷିରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ନାରା ନୟାଗଡ଼ ବନ୍ଦନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.